ଚେନ୍ନାଇ,୨୮/୧୧: ବଙ୍ଗୋପସାଗରରୁ ସୃଷ୍ଟ ବାତ୍ୟା  ‘ଫେଙ୍ଗଲ’ ଅବପାତରେ  ପରିବର୍ତ୍ତନ ହୋଇଛି । ଆଗାମୀ ଦୁଇଦିନ  ମଧ୍ୟରେ ଏହା ତାମିଲନାଡୁରେ ମାଡ଼ ହୋଇପାରେ । 

ପାଣିପାଗ ବିଭାଗ  ମୁତାବକ, ଫେଙ୍ଗଲ ସ୍ଥଳଭାଗ ଛୁଇଁଲେ ଜୋରରେ ପବନ ବହିବ । ଏହାର ଘଣ୍ଟା  ପ୍ରତି ବେଗ ୭୫-୮୦ କିଲୋମିଟର ରହିବ । ଚେନ୍ନାଇ, ଚେଙ୍ଗଲପେଟ,  କାଞ୍ଚିପୁରମ, ତିରୁବଲ୍ଲୁର, କୁଡାଲୋର,  ନାଗାପଟ୍ଟିନମରେ ଏହା ଯୋଗୁ ବର୍ଷା ଲାଗି  ରହିଛି । ଏହି ୬ଟି ଜିଲ୍ଲାରେ ସ୍କୁଲ ଓ  କଲେଜ ବନ୍ଦ କରାଯାଇଛି । ବାତ୍ୟାକୁ ନେଇ ତାମିଲନାଡୁ  ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଉଚ୍ଚସ୍ତରୀୟ  ବୈଠକ କରିଛନ୍ତି । ଏନ୍‌ଡିଆର୍‌ଏଫ୍‌ର  ୭ଟି ଟିମ୍‌କୁ ତିରୁବଲ୍ଲୁର, ମୟିଲାଦୁଥୁରଈ, ନାଗାପଟ୍ଟିନମ୍‌ ଓ କୁଡାଲୋରରେ  ମୁତୟନ କରାଯାଇଛି ।