ଭୁବନେଶ୍ୱର,୨୦/୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଏମ୍‌ସିର ସବୁ ଅଧିକାରୀଙ୍କ ଛୁଟି  ବାତିଲ କରିଦିଆଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ  ଅଧ୍ୟକ୍ଷତାରେ ଆଜି ବସିଥିବା ବାତ୍ୟା  ମୁକାବିଲା ପ୍ରସ୍ତୁତି ବୈଠକରେ ଏହି  ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ପରାମର୍ଶ  ଦିଆଯାଇଛି । ତଳିଆ ଅଞ୍ଚଳରେ  ଯେପରି ପାଣି ନ ଜମେ ସେ ପ୍ରତି  ଧ୍ୟାନ ଦେବାକୁ କୁହାଯାଇଛି । ଏହା  ସହ ପମ୍ପ ସେଟ୍‌ ସଜାଗ ରଖିବାକୁ  କୁହାଯାଇଛି । ସେହିପରି ଅଗ୍ନିଶମ  ବିଭାଗ ମଧ୍ୟ ସଜାଗ ରହିବେ ।  ସବୁ ଜୋନ୍‌ ଅଧିକାରୀ ମାନେ  ୱାର୍ଡ ଉପରେ ନଜର ରଖିବାକୁ  କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ  ଏବଂ ଅନ୍ୟ ଜାଗା ଚିହ୍ନଟ କରି  ସ୍ଥିତି ପରଖିବାକୁ କୁହାଯାଇଛି ।