ଚାନ୍ଦବାଲି,୪/୬ :  ବାତ୍ୟା ଏବଂ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ କହିଲେ ଚାନ୍ଦବାଲି ବ୍ଲକର ମନ୍ତେଇ ନଦୀ କୁଳିଆ ଗାଁମାନଙ୍କୁ ବୁଝାଇ ଥାଏ । ବନ୍ୟା ଏବଂ ବାତ୍ୟା ଆସିଲେ ଏହି ନଦି କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଜୀବନ ଯାପନ କରିଥାନ୍ତି । ଦୁଃଖର ବିଷୟ ଏମାନଙ୍କ ପାଇଁ ବାତ୍ୟା ଆଶ୍ରୟ ସ୍ଥଳିଟିଏ ନାହିଁ ଯଦି ଅଛି ତାହା ପୁଣି ୫କିଲୋମିଟରରୁ ଅଧିକ ହେବା ଫଳରେ ବାତ୍ୟା ଆସିଲେ ନିଜ ଅଞ୍ଚଳରେ ଥିବା ସ୍କୁଲ ଘରେ ବସବାସ କରିଥାନ୍ତି ଅଂଚଳବାସି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ସାଇ କ୍ଲୋନ ମ୍ୟାନ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଗାଁ ବଜରାପୁରରେ । 

ବାଲିଆପାଳ ଗାଁ ଦେଇ ବୋହି ଯାଇଛି ମନ୍ତେଇ ନଦୀ । ଏହି ନଦୀ ପାଖାପାଖି ୫୦୦ରୁ ଅଧିକ ଧିବର ପରିବାର ଲୋକେ ବସବାସ କରିଥାନ୍ତି । ହେଲେ ମନ୍ତେଇ ନଦୀ ଗର୍ଭରେ ହଜି ଯାଇଛି ଅନେକଙ୍କ ବାସ ଗୃହ । ନିଜର ପିଲା ଛୁଆ ସରକାର ଏମାନଙ୍କ ଦୁଖଃ ଶୁଣିବା ଦୂରର କଥା, ନଦୀ ଗର୍ଭରେ ନିଜର ଭିଟାମାଟି ହରାଇଥିବା ପରିବାରକୁ ରହିବା ପାଇଁ ଜାଗା ଖଣ୍ଡିଏ ମିଳି ପାରି ନାହିଁ । ଫଳରେ ଘର ଛାଡ଼ି ଗୋଚର ଏବଂ ସ୍ମଶାନରେ ବସବାସ କରୁଛନ୍ତି ୧୦ରୁ ଅଧିକ ପରିବାର। ସେମାନଙ୍କ କହିବା କଥା କେନ୍ଦ୍ର ଏବଂ ରାଜ୍ୟ ସରକାର ବାତ୍ୟାରୁ ରକ୍ଷା ପାଇବା ପାଇଁ ସାଧାରଣ ନଦୀ କୁଳିଆବାସୀଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ନିହାତି ଆବଶ୍ୟକ କରୁଥିବାବେଳେ ଏଠି ତାହା ଦେଖିବାକୁ ମିଳୁନାହିଁ । ବାତ୍ୟା ଆସିଲେ ଗାଁର ପୁଅ ଡ଼ାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କଥା ମନେପଡ଼େ । ତାଙ୍କ ମୁଁହରୁ ବାତ୍ୟା ସମ୍ବନ୍ଧିତ ଖବର ଶୁଣିବା ପାଇଁ ଚାତକ ପରି ଅନାଇ ବସିଥାନ୍ତି ଏଠିକାର ଅଞ୍ଚଳବାସୀ। 

ଏହି ଗାଁଟି ଡ଼ାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଗାଁର ହୋଇଥିଲେ ମଧ୍ୟ ଏହି ଗାଁକୁ ସବୁ ସମୟରେ ଅବହେଳା କରା ଯାଉଛି । ବଜରାପୁର ବାସୀମାନଙ୍କ କହିବା କଥା ବଜରାପୁର ଅଞ୍ଚଳରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ଯୋଗାଇ ଦେବା ସହ ମନ୍ତେଇ ନଦୀ କୁଳିଆ ଗ୍ରାମରେ ରହୁଥିବା ଧୀବର ପରିବାର ବାତ୍ୟା ଏବଂ ବନ୍ୟା ଦାଉରୁ କେମିତି ରକ୍ଷା ପାଇବେ ଏ ବିଷୟରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରିବା ସହ ଗାଁର ପୁଅ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମଧ୍ୟ ଦାବି କରିଛନ୍ତି ।