ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭୟଙ୍କର ସିଲିଣ୍ଡର ବିସ୍ଫୋରଣ, ୪ ଶିଶୁ ସମେତ ଚାଲିଗଲା ୮ ଜୀବନ

Published By : Ankita S | April 1, 2025 8:45 AM

କୋଲକାତା,୦୧/୦୪ : ସିଲିଣ୍ଡର ବିସ୍ଫୋରଣ ନେଲା ଜୀବନ । ଛାରଖାର ହୋଇଗଲା ଘର । ଜଳିଗଲା ସ୍ବପ୍ନ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ପଥରପ୍ରତିମା ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳାଙ୍କ ସମେତ ୪ ଶିଶୁ ରହିଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ପୋଲିସ ଅଧିକାରୀ କୋଟେଶ୍ବର ରାଓଙ୍କ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଢୋଲହାଟ ପଥରପ୍ରତିମା ଗାଁରେ ସୋମବାର ବିଳମ୍ବିତ ରାତିରେ ବାଣ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଶିଶୁ ରହିଛନ୍ତି । ସମସ୍ତ ମୃତଦେହ ଉଦ୍ଧାର ହୋଇଛି । ବିସ୍ଫୋରଣରେ ଆହତ ଜଣେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘରେ ଦୁଇଟି ଗ୍ୟାସ ସିଲିଣ୍ଡର ଥିଲା । ଘରେ ଗଚ୍ଛିତ ଥିବା ବାଣ ଜଳିବା ପରେ ବିସ୍ଫୋରଣ ଘଟିଥିଲା । ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସବୁ କିଛି ଛାରଖାର ହୋଇଛି । ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଛି । ଦୁର୍ଘଟଣାରେ ସ୍ତବ୍ଧ ହୋଇଛି ପଥରପ୍ରତିମା ଗାଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.