ନୂଆଦିଲ୍ଲୀ,୮।୨: ସାରା ବିଶ୍ୱରେ ଶାନ୍ତିର ପ୍ରତୀକ ଭାବରେ ପରିଚିତ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ନାଁଏକ ବିବାଦ ଭିତରକୁ ଟାଣି ହୋଇଛି। ଯାହାକି ବିଶ୍ୱ ରାଜନୀତି ଏବଂ ଗ୍ଲାମର ଜଗତର ବଡ଼ ବଡ଼ ଲୋକଙ୍କ ନିଦ ହଜାଇ ଦେଇଛି। ଆମେରିକା ସରକାର ଦ୍ୱାରା ପ୍ରକାଶିତ ଜେଫ୍ରି ଏପଷ୍ଟିନ୍‌ଙ୍କ ଗୁପ୍ତ ଫାଇଲରେ ନାମ ଆସିବା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ, ଏବେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଦଲାଇ ଲାମାଙ୍କ କାର୍ଯ୍ୟାଳୟ ଏକ ସରକାରୀ ସ୍ପଷ୍ଟୀକରଣ ଜାରି କରିଛି। ଦଲାଇ ଲାମାଙ୍କ କାର୍ଯ୍ୟାଳୟ ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି, ଯେଉଁଥିରେ ତାଙ୍କ ନାମ କୁଖ୍ୟାତ ଯୌନ ଅପରାଧୀ ଏବଂ ମାନବ ଚାଲାଣକାରୀ ଜେଫ୍ରି ଏପଷ୍ଟାଇନଙ୍କ ସହିତ ଯୋଡାଯାଉଛି। ଧର୍ମଶାଳାରୁ ଜାରି ପ୍ରେସ୍ ରିଲିଜ୍ ରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପରମ ପବିତ୍ର ଚତୁର୍ଦ୍ଦଶ ଦଲାଇ ଲାମା କେବେ ବି ଜେଫ୍ରି ଏପଷ୍ଟିନ୍‌ଙ୍କୁ ଭେଟି ନାହାଁନ୍ତି।

 ଜେଫ୍ରି ଏପଷ୍ଟିନ୍ କିଏ ?

ଜେଫ୍ରି ଏପଷ୍ଟିନ୍ ନ୍ୟୁୟର୍କର ଜଣେ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଥିଲେ, ପ୍ରଥମେ ୨୦୦୫ ରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ୨୦୧୯ ରେ ତାଙ୍କୁ ସେକ୍ସ ଟ୍ରାଫିକିଂ ଅଭିଯୋଗରେ ପୁନର୍ବାର ଗିରଫ କରାଯାଇଥିଲା, କିନ୍ତୁ କଷ୍ଟଡିରେ ଥିବା ସମୟରେ ସେ ଆତ୍ମହତ୍ୟା କରିଥିଲେ। ଏପଷ୍ଟିନ୍ ତାଙ୍କର ହାଇ-ପ୍ରୋଫାଇଲ୍ ପାର୍ଟି ପାଇଁ ଜଣାଶୁଣା ଥିଲେ, ଯେଉଁଥିରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏପଷ୍ଟିନ୍ ଫାଇଲ୍ସରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ନାମ ଏବଂ ଫଟୋ ପ୍ରକାଶ ପାଇଛି, ଯେଉଁଥିରେ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ୍ ହକିଂ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏବଂ ଡୋନାଲ୍ଡୋ ଟ୍ରମ୍ପଙ୍କ ନାଁ ରହିଛି। ସେଭଳି ପପ୍ ଷ୍ଟାର ମାଇକେଲ୍ ଜ୍ୟାକସନ୍ ନାଁ ମଧ୍ୟ ଏପଷ୍ଟିନ୍ ଫାଇଲରୁ ଜଣାଯାଇଛି।

ମିଛ ଖବରଠାରୁ ସତର୍କ ରୁହନ୍ତୁ

ଦଲାଇ ଲାମାଙ୍କ କାର୍ଯ୍ୟାଳୟ ଗଣମାଧ୍ୟମକୁ ଅପିଲ୍ କରିଛି ଯେ କୌଣସି ଠୋସ୍ ପ୍ରମାଣ ବିନା ଦଲାଇ ଲାମାଙ୍କ ନାମ ଏପଷ୍ଟାଇନ୍ ଫାଇଲ୍ ସହିତ ଲିଙ୍କ୍ ନ କରନ୍ତୁ। ରିପୋର୍ଟ ଗୁଡ଼ିକ ଦଲାଇ ଲାମାଙ୍କୁ ଏହି ନେଟୱାର୍କ ସହିତ ମିଥ୍ୟା ଭାବରେ ଲିଙ୍କ୍ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ, ଧର୍ମଶାଳା ପ୍ରଶାସନ ସମଗ୍ର ମାମଲା ଉପରେ ନଜର ରଖିଛି। ଯେପରି ଆଧ୍ୟାତ୍ମିକ ଗୁରୁଙ୍କ ବିଶ୍ୱ ପ୍ରତିଷ୍ଠା କ୍ଷୁର୍ଣ୍ଣ ନହୁଏ।

ଆହୁରି ପଢନ୍ତୁ :‘ଦାଦା’ଙ୍କ ଅନ୍ତିମ ଯାତ୍ରା: ପ୍ରୟାଗରାଜ ସଙ୍ଗମରେ ଅଜିତ ପାୱାରଙ୍କ ଅସ୍ତି ବିସର୍ଜନ, ପୁଅ ଦେଲେ ଶେଷ ବିଦାୟ