ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବାତ୍ୟା ଥଇଥାନ ତଥ୍ୟରେ ବିଭ୍ରାନ୍ତ, ୪୬ ହଜାର ନା ୬୦ ହଜାର ?

Published By : Prameya | November 3, 2024 11:13 AM

କଟକ,୦୩/୧୧: ବାତ୍ୟା ‘ଦାନା’ ପାଇଁ ତଳିଆ  ଅଞ୍ଚଳରେ ରହୁଥିବା ପ୍ରାୟ ୩୦ ହଜାର ଲୋକଙ୍କୁ  ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରଥମେ  ସୂଚନା ଦିଆଯାଇଥିଲା । ପରେ ଏହି ସଂଖ୍ୟା ୪୬ ହଜାର  ହୋଇଗଲା । କିନ୍ତୁ ବାତ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ରାଜ୍ୟ  ସରକାରଙ୍କୁ ଯେଉଁ ରିପୋର୍ଟ ଦିଆଯାଇଛି ସେଥିରେ ୬୦  ହଜାର ଲୋକଙ୍କୁ ସ୍ଥାନାନ୍ତର ଓ ଥଇଥାନ କରାଯାଇଥିବା  ଦର୍ଶାଯାଇ ଖର୍ଚ୍ଚ ଦାବି କରାଯାଇଛି । ପୁଣି ଅନ୍ୟ ଏକ  ରିପୋର୍ଟରେ ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ  ସୂଚନା ପ୍ରଦାନ କରାଯାଇଛି । ଉଭୟ ରିପୋର୍ଟରେ ଖର୍ଚ୍ଚ କିନ୍ତୁ  ସମାନ । ପ୍ରଶାସନର ଏଭଳି ବିଭ୍ରାନ୍ତିକର ତଥ୍ୟ ଲୋକଙ୍କ  ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ବିଭ୍ରାନ୍ତିକର  ତଥ୍ୟ ପ୍ରଶାସନ ପକ୍ଷରୁ ଜାଣିଶୁଣି ଦିଆଯାଇଛି ନା’ ଏହା  ପଛରେ ଆଉ କିଛି କାରଣ ରହିଛି ସେ ନେଇ ସନ୍ଦେହ  ଦେଖା ଦେଇଛି ।  

ବାତ୍ୟା ଦାନା ଅକ୍ଟୋବର ୨୪ ରାତିରୁ ଆରମ୍ଭ ହୋଇ  ୨୫ ତାରିଖ ପର୍ଯ୍ୟନ୍ତ ସକ୍ରିୟ ରହିବ ବୋଲି ପାଣିପାଗ  ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଥିଲା । ଏହା ପୂର୍ବରୁ  ୨୨ ଏବଂ ୨୩ ତାରିଖ କଟକ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଅର୍ଥାତ କଟକ ଜିଲ୍ଲାକୁ ପ୍ରବଳରୁ  ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ  ଆଶଙ୍କା କରିଥିଲା । ସ୍ଥିତି ମୁକାବିଲା ପାଇଁ ପ୍ରଶାସନ  ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ କରାଯାଇଥିଲା । ବାତ୍ୟାର ପ୍ରାୟ ଦୁଇଦିନ ଆଗରୁ ପ୍ରଶାସନ ପକ୍ଷରୁ ବିଭିନ୍ନ  ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ,  ସ୍କୁଲ୍‌ ଆଦିକୁ ସ୍ଥାନାନ୍ତର ଉଦ୍ୟମ ଆରମ୍ଭ ହୋଇଥିଲା ।  ଏହି ଉଦ୍ଧାର କାର୍ଯ୍ୟ ୨୪ ତାରିଖ ରାତିଯାଏ ଚାଲିଥିଲା ।  ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ମାଗଣାରେ ଖାଦ୍ୟ  ଯୋଗାଇ ଦିଆଯାଇଥିଲା । ଏଥିପାଇଁ ୭୪୮ଟି ରିଲିଫ୍‌  କ୍ୟାମ୍ପ ଖୋଲାଯାଇଥିଲା । ଯେଉଁଥିରେ ୬୦ ହଜାର ୮୯୫  ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ମାଗଣାରେ ଖାଦ୍ୟ  ଯୋଗାଇ ଦିଆଯାଇଥିବା ନେଇ ବାତ୍ୟାର ଦିନକ ପରେ  ଅର୍ଥାତ ୨୬ ତାରିଖ ଦିନ ପ୍ରଶାସନ ପକ୍ଷରୁ ରିପୋର୍ଟରେ  ଦର୍ଶାଯାଇଥିଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ୧ କୋଟି  ୬ ଲକ୍ଷ ୫ ହଜାର ୧୯୫ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ  ଗଣମାଧ୍ୟମକୁ ସୂଚନା ମଧ୍ୟ ଦିଆଯାଇଥିଲା । କିନ୍ତୁ ଏବେ  ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଆଉ ଏକ ରିପୋର୍ଟରେ  ଖାଲୁଆ ଅଞ୍ଚଳରୁ ୪୬ ହଜାର ୩୦୮ ଜଣଙ୍କୁ ଉଦ୍ଧାର  କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଥିବା କୁହାଯାଇଛି । 

ଏହି ରିପୋର୍ଟକୁ ରାଜ୍ୟ  ସରକାରଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ପ୍ରଶାସନ କହିଛି । ଯେଉଁଥିରେ ନିଆଳିରେ ୪ ହଜାର ୨୭୪, ନିଶ୍ଚିନ୍ତକୋଇଲିରେ ୩ ହଜାର ୬୬୩, ମାହାଙ୍ଗାରେ  ୩ ହଜାର ୫୬୩, ଆଠଗଡ଼ରେ ୩ ହଜାର ୪୬୮  ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟାନ୍ୟ ବ୍ଲକ୍‌ଗୁଡ଼ିକରେ  ଅଢ଼େଇ ହଜାରରୁ ହଜାରେ ପର୍ଯ୍ୟନ୍ତ ଲୋକଙ୍କୁ ଉଦ୍ଧାର  କରାଯାଇଥିବା ପ୍ରଶାସନ ଦର୍ଶାଇଛି। ୧ କୋଟି ୬ ଲକ୍ଷ  ଟଙ୍କାରୁ କେବଳ ଖାଦ୍ୟରେ ୭୪ ଲକ୍ଷ ୪୯ ହଜାର ୨  ଶହ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଅନ୍ୟାନ୍ୟ ଖର୍ଚ୍ଚ  ନାଁରେ ୩୩ ଲକ୍ଷ ୮୨ ହଜାର ୧୩୧ ଟଙ୍କା ଖର୍ଚ୍ଚ ହୋଇଥିବା  ଦର୍ଶାଯାଇଛି । ପ୍ରଶାସନର ଏଭଳି ଦୁଇ ପ୍ରକାର ତଥ୍ୟକୁ  ନେଇ ପ୍ରଶ୍ନ ଉଠୁଛି। ଏ ସଂକ୍ରାନ୍ତରେ ଜିଲ୍ଲା ଜରୁରିକାଳୀନ  ଅଧିକାରୀ ଅମ୍ଳାନ ଅପରାଜିତା ମିଶ୍ର କହିଛନ୍ତି ଯେ, ୬୦  ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ତଥ୍ୟ ସମ୍ପର୍କରେ  ସେ କିଛି ଜାଣନ୍ତି ନାହିଁ । ଏଭଳି କିଛି ତଥ୍ୟ ତାଙ୍କ ପାଖରେ  ନାହିଁ । ଜିଲ୍ଲାରେ ମୋଟ୍‌ ୪୬ ହଜାର ୩୦୮ ଜଣଙ୍କୁ  ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ରାଜ୍ୟ ସରକାରଙ୍କୁ  ତଥ୍ୟ ପ୍ରଦାନ କରାଯାଇଛି । ସେହି ହିସାବରେ ଖର୍ଚ୍ଚ ହିସାବ  ମଧ୍ୟ ଦାଖଲ କରାଯାଇଛି ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.