ଦିଗପହଣ୍ଡି ୨୮/୦୩ : ଦଣ୍ଡନାଚ ପାଇଁ ଆସିଲା କଡ଼ା ନିୟମାବଳୀ। ଦଣ୍ଡରେ ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା। ଦଣ୍ଡରେ ନିୟମ ଉଲ୍ଲଂଘନ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଦିଗପହଣ୍ଡି ଅଞ୍ଚଳରେ ଦଣ୍ଡନାଚ ପରିବେଷଣ ପାଇଁ ସ୍ଥାନୀୟ ଏନ.ଏ.ସି. ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।

ଏଣିକି ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଳୀଳ, ଅପସଂସ୍କୃତି ସମ୍ପନ୍ନ ନୃତ୍ୟ ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ । କୌଣସି ଅଶାଳୀନ ଏବଂ ଦ୍ବିଅର୍ଥ ବୋଧକ ଶବ୍ଦର ପ୍ରୟୋଗ କରାଯିବ ନାହିଁ । ରାତିରେ ଅନୁଷ୍ଠିତ ନାଚ ମଞ୍ଚରେ କେବେଳ ପାରମ୍ପରିକ କଳା , ନୃତ୍ୟ,ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ। ଦଣ୍ଡନାଚର ମୁଖ୍ୟ ପରିଚାଳକ ଦଣ୍ଡନାଚ ପୂର୍ବରୁ ଆବଶ୍ୟକୀୟ ସର୍ତ୍ତ ପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଦଣ୍ଡନାଚ ପରିବେଷଣ ସମୟରେ କୌଣସି ନିୟମ ଉଲ୍ଲଂଘନ କଲେ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ଅଧିକ ପଢ଼ନ୍ତୁ : -  ଶ୍ରୀକ୍ଷେତ୍ରରେ ଜମୁଛି ସାହିଯାତ, ଆଜି ଅସୁର ନାକ ଓ କାନ ଭାଙ୍ଗିବେ ମୁନିଋଷିଙ୍କ ଯଜ୍ଞ