ଭଞ୍ଜନଗର: ମନ୍ଦିରକୁ ବି ଛାଡ଼ିଲେନି । ମା’ ଦଣ୍ଡକାଳୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରା ସିଂ ଥାନା ଅଧୀନ ଜିଲ୍ଲାର ପ୍ରସିଦ୍ଧ ଗାଲେରୀ ମା’ କାଳୀ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଠାକୁରାଣୀଙ୍କ ସୁନା,ରୂପା ଅଳଙ୍କାର ଲୁଟିନେଇଛନ୍ତି । ପାଖାପାଖି ଅଧକେଜି ସୁନା ଏବଂ ୧୨ କେଜି ରୂପା ଲୁଟି ନେଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ମନ୍ଦିରର ସିସିଟିଭି କ୍ୟାମେରା ଏବଂ ହାର୍ଡ ହିସ୍କ ମଧ୍ୟ ଲୁଟି ନେଇଛନ୍ତି । ପୁଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାର ସୁଯୋଗ ନେଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତାରା ସିଂହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । କହି ରଖୁଛୁ କି, ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ମଠ ମନ୍ଦିର ଉପରେ ଏବେ ଚୋର ମାନଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗୋଟିଏ ପରେ ଗୋଟିଏ ମନ୍ଦିର ଚୋରୀ କରି ସବୁକିଛି ଲୁଟି ନେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏଭଳି ମନ୍ଦିରରୁ ଚୋରି ହେବା ଘଟଣା ନଜରକୁ ଆସିଛି ।

ଏହାସହ ପଢ଼ନ୍ତୁ : Aamir Khan Marriage: ଆଜି ୬୧ ବର୍ଷୀୟ ଆମୀରଙ୍କ ତୃତୀୟ ବିବାହ, ଗୋଟିଏ ପୁଅର ମାଆ ଗୌରୀଙ୍କ ଧରିବେ ହାତ