ପୁରୀ, ୨୪/୦୬: ଅନବସରରେ ମହାପ୍ରଭୁଙ୍କୁ  ଲାଗି ହେବାକୁ ଥିବା ଦଶମୂଳ ମୋଦକ ଚୋରି  ହୋଇଛି । ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଅମୁଣିଆ ମୋଦକ ଚୋରି କରିଥିବା ନେଇ  ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍‌ ଥିବା ଦେଖିବାକୁ ମିଳିଥିଲା ।  

ଅନବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ  ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବା ବେଳେ ୭୦ଟି  କମ୍‌ ଥିବା ଦେଖିବାକୁ ମିଳିଥିଲା । ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା । ଏହି  ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକଙ୍କୁ ଚିଠି କରିଛନ୍ତି  ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର  ଦାସ ମହାପାତ୍ର । ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର  କମାଣ୍ଡର ଉପମୁଖ୍ୟ ପ୍ରଶାସକ ତଥା  ଜିଲ୍ଲାପାଳଙ୍କୁ  ଅବଗତ  କରିଛନ୍ତି ।