ପ୍ରମୂଖ ଖବର
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||
  • ଜନ୍ମ ତିଥିରେ ସ୍ନାନ କରୁଛନ୍ତି ଜଗତର ମଉଡ଼ମଣି, ସନ୍ଧ୍ୟାରେ ଗଜାନନ ବେଶ
  • ||
  • ମହାପ୍ରଭୁଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ, ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁଦିଅଁ
  • ||
  • ବଲାଙ୍ଗୀର : ଜୁନ୍‌ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ
  • ||
  • କଟକ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ଗିରଫ
  • ||
  • ଦିବ୍ୟ ଭବ୍ୟ ଦେବ ସ୍ନାନପୂର୍ଣ୍ଣିମା, ଭକ୍ତମୟ ବଡ଼ଦାଣ୍ଡ, ଜନସମୁଦ୍ର ଶ୍ରୀକ୍ଷେତ୍ର
  • ||
  • ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖି ଭିଜିଲା ଭକ୍ତଙ୍କ ଆଖି, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ
  • ||
  • ଗଞ୍ଜାମ : ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ବିଦ୍ୟୁତ୍ ଆଘାତରେ ବୋହୂ ମୃତ; ଶାଶୁ-ଶ୍ୱଶୁର ଆହତ

Published By : Gurupada Nath | June 10, 2025 4:50 PM

ପୋଲସରା,୧୦/୬ :  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି l ମୃତ ମହିଳା ଜଣଙ୍କ ନମିତା ସାହୁ ହୋଇଥିବାବେଳେ ଅଭିମନ୍ୟୁ ସାହୁ ଶ୍ୱଶୁର ଓ ଶାଶୁ ଆହତ ହୋଇଛନ୍ତି l 

ପ୍ରକାଶ ଯେ, ନମିତା ନିଜ ଘର ବାରଣ୍ଡାରେ କାମ କରିବା ସମୟରେ ଶ୍ୱଶୁର ଲୁହା ଗ୍ରୀଲରୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ l ପାଖରେ ବସିଥିବା ବୋହୁ ଓ ଶାଶୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ l ଉଭୟଙ୍କ ମଧ୍ୟରୁ ବୋହୁ ଗୁରୁତର ହୋଇଥିବାବେଳେ ଶାଶୁ ଆହତ ହୋଇଥିଲେ l ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଚିକିତ୍ସା ଲାଗି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ବୋହୁ ନମିତାଙ୍କୁ ମୃତ ଘୋଷଣା କରିଥିବାବେଳେ ଶ୍ୱଶୁର ଆହତ ହୋଇ ଚିକିତ୍ସିତ ହେଉଛନ୍ତି l 

ଖବରପାଇ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ, ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମେଡ଼ିକାଲରେ ପହଞ୍ଚି ଥିବାବେଳେ ପୋଲସରା ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ଗତକାଲିଠାରୁ ଗାଁରେ ବିଦ୍ୟୁତ କାଟ୍ ରହିଥିଲା l ନମିତାଙ୍କ ଘରର ବିଦ୍ୟୁତ ତାର ଛିଣ୍ଡି ଗ୍ରୀଲରେ ଲାଗିଥିବାବେଳେ ଆଜି ମଧ୍ୟାହ୍ନରେ ଗାଁରେ ବିଦ୍ୟୁତ ଆସିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.