ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାପା ନାଁ ନେଇ ଝିଅକୁ ଠକୁଥିଲା, ନିଜ ଜାଲରେ ନିଜେ ଫସିଗଲା ସ୍କାମର

Published By : Krishna Priya | April 16, 2025 3:06 PM

ନୂଆଦିଲ୍ଲୀ ୧୬/୦୪: ୟୁପିଆଇ ଠକେଇ ଉଦ୍ୟମ କରୁଥିବା ଜଣେ ସ୍କାମର୍‌କୁ ଧରା ପକାଇ ଜଣେ ଝିଅ ପ୍ରଶଂସାର ପାତ୍ର ହୋଇଛନ୍ତି । ‘ଘର୍‌ କେ କଲେଶ୍‌’ ନାମକ ଏକ୍ସ ଆକାଉଣ୍ଟ୍‌ ଦ୍ୱାରା ଏକ ଛୋଟ ଭିଡିଓ ପୋଷ୍ଟ୍‌ ହୋଇଥିଲା, ଯାହା ଖୁବ୍‌ ଭାଇରାଲ ହେଉଛି । ଭିଡିଓକୁ ୨ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି । ଏକ ଫୋନ୍‌ କଲ୍‌ରୁ ଘଟଣା ଆରମ୍ଭ ହେଲା । ସ୍କାମର୍‌ ଜଣକ ଫୋନ୍‌ରେ ନିଜକୁ ଝିଅର ବାପାଙ୍କ ସାଙ୍ଗ ବୋଲି ପରିଚୟ ଦେଲା ଏବଂ ୟୁପିଆଇ ମାଧ୍ୟମରେ ତାଙ୍କ ଫୋନ୍‌କୁ ୧୨ ହଜାର ଟଙ୍କା ପଠାଇଥିବା ଦାବି କଲା । ଝିଅ କହିଲେ, ମୁଁ ଜାଣିନି, ବାପା ମୋତେ କିଛି କହିନାହାନ୍ତି । ସ୍କାମର୍‌ କହିଲା, ବାପା ବ୍ୟସ୍ତ ଥିବେ । 

ଏହା ପରେ ସ୍କାମର୍‌ ସେହି ନମ୍ବରରେ ଟଙ୍କା ନେଣଦେଣ ଆଗକୁ ବଢ଼ାଇବା ଉଚିତ୍‌ କି ନୁହେଁ, ସ୍ପଷ୍ଟ ହେବାକୁ ଚାହିଁଲା ଏବଂ ଝିଅର ଭରସା ଜିତିବାକୁ ୧୦ ଟଙ୍କା ପଠାଇଲା । ବ୍ୟାଙ୍କ୍‌ ନୋଟିଫିକେସନ୍‌ ଆସିବା ପରେ ଝିଅ ବୁଝିଗଲା ଯେ ଏହା ନକଲି । ତା’ପରେ ୧୦ ହଜାର ଟଙ୍କାର ନେଣଦେଣ ହେଲା । ତା’ପରେ ସ୍କାମର୍‌ କହିଲା ଯେ ସେ ଆଉ ୨ ହଜାର ଟଙ୍କା ପଠାଇବ । କିନ୍ତୁ ଭୁଲରେ ୨୦ ହଜାର ଟଙ୍କା ପଠାଇଦେଲା । ୨୦ ହଜାର ଟଙ୍କା ପଠାଇଛନ୍ତି ବୋଲି ଝିଅ ସ୍କାମର୍‌କୁ କହିବାରୁ ବାକି ୧୮ ହଜାର ଟଙ୍କା ଫେରାଇବାକୁ ସ୍କାମର୍‌ ତାଙ୍କୁ କହିଲା । ଏହା ପରେ ଝିଅ ଉପସ୍ଥିତ ବୁଦ୍ଧି ଲଗାଇ ମିଛ ବ୍ୟାଙ୍କ୍‌ ମେସେଜ୍‌କୁ କପି କଲେ ଏବଂ ଟଙ୍କାର ପରିମାଣ ୧୮ ହଜାର କରି ସ୍କାମର୍‌କୁ ପଠାଇଦେଲେ । ଏହା ଦେଖି ସ୍କାମର୍‌ ଚକିତ ହୋଇଗଲା ଏବଂ ଧରାପଡ଼ି ଯାଇଛି ବୋଲି ଜାଣିପାରିଲା । ଏହା ପରେ ଝିଅଙ୍କୁ କହିଲା ‘ମିଳିଗଲା ଟଙ୍କା, ମାନିଗଲି ଆପଣଙ୍କୁ ।’ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍‌ ଝିଅଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.