ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ବାର୍ଷି ଦ୍ବାଦଶ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଡିଏଭି ପବ୍ଲିକ ସ୍କୁଲ୍, ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀମାନେ ପୂର୍ବବର୍ଷ ପରି ଚିତାକର୍ଷକ ସାଫଲ୍ୟ ଅର୍ଜନ କରିଛନ୍ତି । ଦ୍ବାଦଶ ବିଜ୍ଞାନ ବିଭାଗରେ ୩୬୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ଜଣ ୯୫%ରୁ ଉର୍ଦ୍ଧ୍ବ, ୧୧୧ ଜଣ ୯୦%ରୁ ଉର୍ଦ୍ଧ୍ବ ଓନମ୍ବର ରଖିଛନ୍ତି ।
ବିଦ୍ୟାଳୟରେ ଇପତସିତା ଜେନା ୯୮.୪% ନମ୍ବର ସହ ପ୍ରଥମ, ଆଶୁତୋଷ ଆଚାର୍ଯ୍ୟ ୯୮% ନମ୍ବର ସହ ଦ୍ବିତୀୟ ଏବଂ ଅଭିଲିପ୍ଷା ପଣ୍ଡା ୯୬.୮% ନମ୍ବର ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଇଂରାଜୀ, ଗଣିତ,ଜୀବବିଜ୍ଞାନ, ଚିତ୍ରକଳା ଓ ଯୋଗ ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ହାସଲ କରିଛନ୍ତି ।
ବାଣିଜ୍ୟ ବିଭାଗରେ ୫୧ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୪ ଜଣ ୯୫%ରୁ ଉର୍ଦ୍ଧ୍ବ, ୨୬ ଜଣ ୯୦% ଉର୍ଦ୍ଧ୍ବ ଓ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ବିଦ୍ୟାଳୟରେ ସାଇ ଆହ୍ବାନ ଜେନା ୯୭.୮% ନମ୍ବର ସହ ପ୍ରଥମ,ଜୀବନ ପ୍ରକାଶ ସ୍ବାଇଁ ୯୬% ନମ୍ବର ସହ ଦ୍ବିତୀୟ ଏବଂ ଶୁଶ୍ରୀ ନୌମିକା ଦାସ ୯୫.୮% ନମ୍ବର ସହ ତୃତୀୟ ସ୍ଥା ଅଧିକାର କରିଛନ୍ତି । ଚିତ୍ରକଳାରେ ଏକାଧି ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ହାସଲ କରିଛନ୍ତି ।
ସେହିପରି କଳା ବିଭାଗରେ ୩୯ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୪ ଜଣ ୯୫%ରୁ ଉର୍ଦ୍ଧ୍ବ ଓ ୨୧ ଜଣ ୯୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି । ରିତିକା ନାୟାର ୯୭.୮ % ନମ୍ବର ସହ ପ୍ରଥମ, ସାକ୍ଷୀ ମେହେର ଓ ସଞ୍ଜନା ପଣ୍ଡା ଯୁଗ୍ମଭାବରେ ୯୫.୪% ନମ୍ବର ସହ ୨ୟ ଏବଂ ସମୃଦ୍ଧି ୯୫ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଇତିହାସ, ରାଜନୀତିବିଜ୍ଞାନ, ମନୋବିଜ୍ଞାନ ଓ ଚିତ୍ରକଳା ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ସ୍କୋର କରିଛନ୍ତି । ଛାତ୍ରଛାତ୍ରୀଙ୍କ ଲଲ୍ଲେଖନୀୟ କୃତୀତ୍ବ ପ୍ରଦର୍ଶନ ଯୋଗୁ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ, ଅଧ୍ୟକ୍ଷା ଡ.ସୁଜାତା ସାହୁ ପ୍ରମୁଖ ବିଦ୍ୟାର୍ଥୀ, ଶିକ୍ଷକଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।