ନୂଆଦିଲ୍ଲୀ –ଦିଲ୍ଲୀ ହାଇକୋର୍ଟ ଯମୁନା ନଦୀର ବେଲ୍ଟରୁ ଏକ ନର୍ସରୀ ହଟେଇବାକୁ ନେଇ ଡିଡିଏର କାର୍ଯ୍ୟାନୁଷ୍ଠାନ ବିରୋଧରେ, ଦାଖଲ କରାଯାଇ ଥିବା ଆବଦେନକୁ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ , ଯମୁନା ନଦୀରେ ଥିବା ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ, ଏହାର ଉଦ୍ଧାର କରିବା ଚେଷ୍ଟାରେ କୌଣସି ପ୍ରକାରର ଜବରଦଖଲକୁ ସଠିକ୍‌ କୁହାଯାଇ ପାରିବ ନାହିଁ। କୋର୍ଟ କହିଛନ୍ତି , ଏଥିରେ କୌଣସି ଦ୍ୱିମତ ନାହିଁ କି , ଆବେଦନକାରୀ ନର୍ସିରୀ ଗୁଡ଼ିକ ଜବରଦଖଲକାରୀ। ସେମାନଙ୍କୁ ଏହି ସ୍ଥାନର ବ୍ୟବହାର କରିବା , କବଜା କରିବା ବା ଜମି ଦେବାକୁ ଅନୁରୋଧ କରିବା ଅଧିକାର ନାହିଁ। 

ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଜବରଦଖଲ ହଟାଇବା ଓ ଯମୁନାର ଉଦ୍ଧାର ମାମଲାରେ କୌଣସି ପ୍ରକାରର  ହସ୍ତକ୍ଷେପ ଦିଲ୍ଲୀର ସବୁଜ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ବିକଶିତ କରାଯାଉ ଥିବା ପ୍ରକଳ୍ପକୁ କ୍ଷତି କରିବ। ଏମିତି କରିବା ଏହି ପ୍ରକଳ୍ପକୁ ସଠିକ ସମୟରେ ପୂରା କରିବାକୁ ରୋକିବାର କାମ କରିବ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି, ଯମୁନା ନଦୀରେ ଥିବା ସ୍ଥିତି ଏହି ସୀମାକୁ ଅତିକ୍ରମ କରି ସାରିଛି, ଯେଉଁଠି ଏହାର ପୁନରୁଦ୍ଧାର ସହ ଜଡ଼ିତ ପ୍ରୟାସରେ କୌଣସି ପ୍ରକାରର ଦଖଲ କ୍ଷତି ହିଁ କରିବ। 

ଜଷ୍ଟିସ୍‌ ଧର୍ମେଶ ଶର୍ମା ନିକଟରେ ପାରିତ ଆଦେଶରେ କହିଛନ୍ତି କି, ଏହିପରି କୌଣସି ବି ହସ୍ତକ୍ଷେପ ପ୍ରକଳ୍ପରେ ବାଧା ପକାଇବ। ଏମିତି କରିବା ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ପୂରା ହେବାରୁ ରୋକିବାର କାମ କରିବ। ଦିଲ୍ଲୀ ହାଇକୋର୍ଟ ଏହି ଟିପ୍ପଣୀ ଯମୁନା ଖାଦରର ଅଞ୍ଚଳରେ ଏକ ନର୍ସରୀ କଲ୍ୟାଣ ସଙ୍ଗଠନର ଆବେଦନକୁ ଖାରଜ କରିବା ବେଳେ ଦେଇଛନ୍ତି। ଉକ୍ତ ନର୍ସରୀ ଦିଲ୍ଲୀ ମାଷ୍ଟର ପ୍ଲାନ୍‌ -୨୦୨୧ର ଜୋନ୍‌ ଓ ଅର୍ଥାତ୍‌ ଯମୁନା ଫ୍ଲଡ୍‌ ଏରିଆରେ ଥିଲା। 

ଉକ୍ତ ପିଟିସନରେ ସଙ୍ଗଠନ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ପକ୍ଷରୁ ତାର ନର୍ସରୀ ଗୁଡ଼ିକୁ ହଟେଇବା ଓ ବୁଲଡୋଜରରେ ସବୁ ଗଛକୁ ନଷ୍ଟ କରିବାକୁ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଥିଲା। ସଙ୍ଗଠନ ଦାବି କରିଛି ଯେ, ଡିଡିଏ ସଙ୍ଗଠନର ସଦସ୍ୟଙ୍କୁ ଶୁଣାଣିର ସୁଯୋଗ ନଦେଇ ଏବଂ ଏନଜିଟିର ୨୦୧୯ର ନିର୍ଦ୍ଦେଶ ଅନୁସାରେ , ଲ୍ୟାଣ୍ଡର ସୀମାଙ୍କନ ନକରି ବୁଲଡୋଜରରେ ନଷ୍ଟଭ୍ରଷ୍ଟ କରିବା ଅଭିଯାନ ଚଲାଇ ଥିଲେ।