ବୌଦ୍ଧ,୪।୧୧ :  ବୌଦ୍ଧ-ବଘିଆ ପଡା ରାସ୍ତାର ବୌଦ୍ଧ ଥାନା ଗଉଡ଼ ଦେଇ ଆଇଟିଆଇ ନିକଟ ପୋଲ ତଳୁ ବାଇକ ସହ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ମୃତ ଯୁବକ ଜଣଙ୍କ ପଡୋଶୀ ଇସିରି ସିଙ୍ଗା ଗ୍ରାମର ବୈରାଗୀ  ବେହେରାଙ୍କ ପୁଅ ବରୁଣ ବେହେରା (୨୨)।

ଗଉଡ଼ ଦେଇ ଆଇଟିଆଇ ନିକଟ ପୋଲ ତଳେ ଥିବା ପାଣି ଭିତରେ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ଖବର ପାଇ ବୌଦ୍ଧ ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା l ପଡୋଶୀ ଇସିରି ସିଙ୍ଗା ଗ୍ରାମର ବୈରାଗୀ  ବେହେରାଙ୍କ ପୁଅ ବରୁଣ ବେହେରା ବୋଲି ଲୋକେ ଚିହ୍ନଟ କରିଥିଲେ।ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଛି। ମୃତ୍ୟୁ ଦୁର୍ଘଟଣା ଜନିତ ନା ଆଉ କୌଣସି କାରଣରୁ ହୋଇଛି ପୋଲିସ ତଦନ୍ତ ପରେ ଜଣାପଡିବ।