ଭୁବନେଶ୍ବର,୭।୯ : ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡିଆରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ l ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନି l ଖେଳ ପଡିଆରେ ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକ ଦେଖି ପଡିଆ ସୁପରଭାଇଜରଙ୍କୁ ଖବର ଦେଇଥିଲେ l ଏନେଇ ସୁପରଭାଇଜର ପ୍ରଥମେ ୱାର୍କସପରେ ଥିବା ଆରପିଏଫ ଥାନରେ ଜଣାଇଥିଲେ l
ଘଟଣାସ୍ଥଳରେ ଆରପିଏଫ ଅଧିକାରୀ ପହଂଚି ତନାଘନା କରିବାପରେ ମଂଚେଶ୍ୱର ଥାନାକୁ ଅବଗତ କରାଇଥିଲେ l ଖବର ପାଇବା ପରେ ମଂଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିପିକ୍ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି l ଯୁବକ ଜଣକଙ୍କ ପରିଚୟ ମିଳିନଥିବା କାରଣରୁ ପୋଲିସ ଏବେ ସ୍ଥାନୀୟ ଅଂଚଳରେ ପଚରାଉଚରା ଆରମ୍ଭ କରିଛି l