ବନ୍ତଳା,୭/୯: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁରୁ ଗାଁ ଭାଲୁଖାଇ ନାଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର । ମୃତ ନାବାଳିକା ଜଣକ ଶ୍ୟାମସୁନ୍ଦର ପୁରୁ ଗ୍ରାମର ଅକ୍ଷୟ ସେଠଙ୍କ ସାନ ଝିଅ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଗତକାଲି ଠାରୁ ନାବାଳିକା ଜଣକ ନିଖୋଜ ଥିଲେ । ପରିବାର ଏବଂ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ ଫଳରେ ବାଧ୍ୟହୋଇ ପରିବାର ଲୋକେ ଗତ ରାତିରେ ଥାନାର ଦ୍ଵାରସ୍ଥ ହୋଇଥିଲେ । ହେଲେ ଆଜି ରାତି ପାହିବା ପରେ ତାଙ୍କ ଘର ପଛପଟରେ ଥିବା ଭାଲୁଖାଇ ନାଳରେ ଝିଅର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଯାହାପରେ ଉକ୍ତ ପରିବାରକୁ ଖବର କରିଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି ।