ପୁରୀ, ୨୯/୧୦ : ପୁରୀ ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର। ଚକ୍ରତୀର୍ଥ ବେଳାଭୂମିରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ହୋଟେଲ ଗାନ୍ଧାରା ନିକଟ ସମୁଦ୍ର କୂଳରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।‌ ଖବର ପାଇ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିନଥିବା ବେଳେ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଏନେଇ ତଦନ୍ତ କରୁଛି।