ବଡ଼ମ୍ବା, ୮।୭ : ମହାନଦୀ ବନ୍ୟା ଜଳରୁ ଏକ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ବଡ଼ମ୍ବା ବ୍ଲକ ବାଙ୍ଗରସିଂହା ଠାରେ ମହାନଦୀରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ।
ବଡ଼ମ୍ବା ବ୍ଲକ ବାଙ୍ଗରସିଂହା ଠାରେ ମହାନଦୀର ପ୍ରଥମ ବନ୍ୟା ଜଳରେ ଏକ ମୃତଦେହ ଭାସୁଥିବାର ଦେଖି ଗାଁ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବଡ଼ମ୍ବା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବଡ଼ମ୍ବା ଏବଂ ମାଣିଆବନ୍ଧ ଥାନା ଅଧିକାରୀମାନେ ପହଞ୍ଚି ମୃତଦେହଟିକୁ ଜବତ କରିବା ସହ ଆଠଗଡ଼ ଶବ ସଂରକ୍ଷିତ ଗୃହକୁ ସ୍ଥାନାନ୍ତରିତ କରିଥିଲେ । ୨/୩ ଦିନ ହେବ ମୃତଦେହଟି ପାଣିରେ ପଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପରିଚୟ ମିଳିପାରିନାହିଁ ।