ବଲାଙ୍ଗୀର,୨।୧୨ : ବଲାଙ୍ଗୀର ସହର ସୁଦପଡ଼ାରେ ଅଭାବନୀୟ ଘଟଣା। ବନ୍ଦ ଦୋକାନ ଭିତରୁ ମୃତଦେହ ଉଦ୍ଧାର।  ମୃତ ବ୍ୟକ୍ତି ଜଣକ ହେଲେ  ପୁଇଁନ୍ତଳା ଗ୍ରାମର  ଦୀପକ ନନ୍ଦ। ସେ ଜଣେ ପାଇପ ମିସ୍ତ୍ରୀ ସହ ସୁଦପଡ଼ା ଜେଲ ପଛପଟରେ ଏକ ପାନ ଦୋକାନ ମଧ୍ୟ ଖୋଲିଥିଲେ।  ତେବେ ଆଜି ଦୋକାନ ଭିତରେ ତାଙ୍କ ମୃତଦେହ ପଡିଥିଲା। ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ମୃତ ଦେହକୁ କବାଟ ଭାଙ୍ଗି ଉଦ୍ଧାର କରିଥିଲା।  ମୃତଦେହକୁ ଭୀମଭୋଇ ମେଡିକାଲକୁ  ପୋଷ୍ଟ ମଟର୍ମ ପାଇଁ ପଠାଇଛି। ତେବେ କେମିତି ଓ କେଉଁ କାରଣରୁ  ଏଭଳି ଘଟଣା ଘଟିଛି ସେନେଇ ସ୍ପଷ୍ଟ ହୋଇନାହଁ । ପରିବାର ଲୋକ ଏଭଳି  ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।