ନୂଆପଡ଼ା,୧୦/୦୮: ଟ୍ରେନ୍ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଯୁବକ ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଢୋର୍ଲାମୁଣ୍ଡା ଗାଁର ରାଜକୁମାର ମହାନନ୍ଦ । ଏନେଇ କଣ୍ଟାବାଞ୍ଜ ଜିଆରପି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।
ସୂଚନା ମୁତାବକ, ଆଜି ସକାଳୁ ନୂଆପଡ଼ା ରେଲୱେ ଷ୍ଟେସନ ଓ ଫାଟକ ମଝି ରେଳ ଲାଇନ ଉପରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ଆଜି ପୂର୍ବାହ୍ନରେ ସ୍ଥାନୀୟ ଷ୍ଟେସନ ମାଷ୍ଟରଙ୍କ ଠାରୁ ସୂଚନା ପାଇ କଣ୍ଟାବାଞ୍ଜି ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ଟ୍ରେନରେ କଟି ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଲେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ସନ୍ଦେହ କରାଯାଉଛି । ଏବେ ଘଟଣାର ବିଭିନ୍ନ ଦିଗ ଉପରେ ଅଧିକ ତଦନ୍ତ ଚାଲିଥିବା ଜିଆରପି ଏଏସଆଇ ମହେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି ।