ବଲାଙ୍ଗୀର,୦୯/୦୮:ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କୁ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ । ମୃତ ନାବାଳକ ଜଣକ ଗୋରୁ ବଜାରର ଚେରୁ ପୋଢ଼ଙ୍କ ସାନ ପୁଅ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ପ୍ରାୟ ଦେଢ଼ ମାସ ପୁର୍ବରୁ ନାବାଳକ ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।ଗୁପ୍ତଧନ ପାଇବାକୁ ଉକ୍ତ ନାବାଳକକୁ ବଳି ଦିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ପୁଲିସ ସ୍ପଷ୍ଟ କରିନି। ଏନେଇ ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ,ଆଇଆଇସି କଲ୍ୟାଣୀ ବେହେରା ଆଜି ସକାଳୁ ଉକ୍ତ ମାମଲାରେ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଛନ୍ତି । ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଏସପି ତଥା ସାଇଣ୍ଟିଫିକ ଦଳ ଟିଟିଲାଗଡ଼ ପହଞ୍ଚିବା ପରେ ପରବର୍ତ୍ତୀ ପଚରାଉଚୁରା କରାଯିବ। ତେବେ ବଳି ପରେ ପୋତା ହୋଇଥିବା ଚର୍ଚ୍ଚା ହେଉଛି ।