ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍କୁଲ ପଛରେ ପଡିଥିଲା ଗଳିତ ମୃତଦେହ , ମିଳିଲା ପରିଚୟ

Published By : Anindita Ratha | May 8, 2025 10:09 AM

ଭୁବନେଶ୍ବର,୦୮/୦୫: ବାରଙ୍ଗ ଥାନା  ଗୋବିନ୍ଦପୁର ସ୍କୁଲ ପଛରେ  ଗଳିତ ମୃତଦେହ ପଡିଥିବା ଘଟଣା । ମିଳିଲା ମୃତକଙ୍କ ପରିଚୟ  । ମୃତ ବ୍ୟକ୍ତି ଜଣକ ବାଙ୍କୀ ଥାନା ରାମଚଣ୍ଡୀ ଗ୍ରାମର ଅମ୍ବିକା ରାଉତ ବୋଲି ଜଣାପଡ଼ିଛି। ଆଜି ସକାଳୁ ପୁଅ ପ୍ରଦୀପ ରାଉତ ଆସି ବାପାଙ୍କୁ ଚିହ୍ନିଥିଲେ।

ତେବେ  ପ୍ରଦୀପ କହିବା କଥା ତାଙ୍କ ବାପା ଭୁବନେଶ୍ବରରେ ରହି କାମ କରୁଥିଲେ। ସେ ନିଶା ସେବନ କରୁଥିବାରୁ ତାଙ୍କ ଦେହ ଖରାପ ଥିଲା। କିଛି ଦିନ ତଳେ ବାପାଙ୍କୁ ଆଣି ଡାକ୍ତର ଦେଖାଇ ଭଲ କରିଥିଲେ। ୬ ଦିନ ହେବ ବାପା ଶୌଚ ହେବାକୁ କହି କେଉଁ ଆଡେ ଚାଲିଯାଇଥିଲେ। ବହୁ ଖୋଜାଖୋଜି ପରେ ନିରାଶ ହୋଇଥିବା ବେଳେ ଆଜି ସକାଳୁ ଗୋବିନ୍ଦପୁର ନିକଟରେ ମୃତଦେହ ପଡ଼ିଥିବା ଖବର ପାଇ ଆସି ହାପ ପ୍ୟାଣ୍ଟରୁ ବାପାଙ୍କୁ ଚିହ୍ନି ଥିଲେ। ପ୍ରକାଶ ଥାଉକି, ଗତ ବୁଧବାର ସନ୍ଧ୍ୟାରେ ଗୋବିନ୍ଦପୁର ଗାଁର ମହିଳାମାନେ ଶୌଚ ହେବାକୁ ଯିବାବେଳେ ମୃତଦେହ ଉପରେ ନଜର ପଡ଼ିଥିଲା। ମୃତଦେହ ଦେଖି ଭୟରେ ମହିଳାମାନେ ଆସି ଗ୍ରାମରେ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଗୋଡ଼ିସହି ଫାଣ୍ଡି ପୋଲିସ ପହଞ୍ଚି ଥିଲେ। ମୃତଦେହ ବହୁତ ଦିନ ଧରି ପଡିରହିଥିବାରୁ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ ପୋଲିସକୁ ପରିଚୟ ମିଳିପାରିନଥିଲା। ରାତି ହୋଇଯାଇଥିବାରୁ ତଦନ୍ତ ହୋଇପାରି ନଥିଲା। ରାତିସାରା ଫାଣ୍ଡି ପୋଲିସ ସେଠାର ଜଗି ରହିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.