ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର

Published By : Harapriya Sethi | October 27, 2024 8:54 AM

ପାରାଦ୍ଵୀପ, ୨୭/୧୦: ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ । ଡ୍ୟୁଟି ସାରି ବଜାରରେ ଠିଆ ହୋଇଥିବା ବେଳେ ଯୁବକଙ୍କୁ ଲୁହା ରଡ଼ରେ ଆକ୍ରମଣ କଲେ ଦୁଇ ଜଣ ଯୁବକ । ଗୁରୁତର ଯୁବକ ଜଣକ ରାକେଶ ପରିଡା ଏବଂ ଆକ୍ରମଣକାରୀ ଗଣେଶ ଦାସ, ମାନସ ଦାସ ବୋଲି ଜଣାପଡ଼ିଛି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ ବଜାରରେ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଆକ୍ରମଣକାରୀଙ୍କ ସହ ରାକେଶ ପରିଡାଙ୍କର ପୂର୍ବରୁ କୌଣସି କାରଣରୁ ଶତ୍ରୁତା ଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ ଦୁଇ ଜଣ ଯୁବକ । ରାକେଶ ଶନିବାର ରାତିରେ ଡ୍ୟୁଟି ସାରି ପାରାଦ୍ଵୀପ ଗଡ଼ ବଜାରରେ ଠିଆ ହୋଇଥିଲେ । ଏହି ସମୟରେ ଗଣେଶ ଦାସ ଓ ମାନସ ଦାସ ଏକ ବାଇକ୍‌ରେ ଆସି ଏକ ଲୁହା ରଡ଼ରେ ରାକେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ରାକେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆକ୍ରମଣ ସମୟରେ ସେହିଠାରେ ସେ ପଡ଼ିଯିବାରୁ ରାକେଶଙ୍କ ପଛ ମୁଣ୍ଡ ମଧ୍ୟ ମାଡ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଏନେଇ ଯୁବକଙ୍କ ମା ଲକ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ସହ ଉଭୟ ଯୁବକ ତାଙ୍କ ବଡ଼ ପୁଅକୁ ମଧ୍ୟ ମାରିବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ରାକେଶଙ୍କ ମା । ଉକ୍ତ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ଲକ୍‌ ଥାନା ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.