ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ଼, ୫ ମୃତ

Published By : Ankita S | July 29, 2025 8:56 AM

ନୂଆଦିଲ୍ଲୀ,୨୯/୦୭: ଭିଡ଼ ଭିତରକୁ ବନ୍ଧୁକ କରି ମାଡିଗଲେ ସନ୍ଦିଗ୍ଧ ଯୁବକ । କେହି କିଛି ବୁଝିବା ଆଗରୁ ବନ୍ଧୁକରୁ ଆଖିବୁଜା ଗୁଳାମାଡ଼ କଲେ । ଭୟରେ ଜୀବନ ବଞ୍ଚାଇବାକୁ ଦୌଡିବାକୁ ଲାଗିଲେ ଲୋକ । ଆର୍ତ୍ତ ଚିତ୍କାରରେ କମ୍ପୁଥିଲା ସ୍ଥାନୀୟ ଅଞ୍ଚଳ । ଆମେରିକା ନ୍ୟୁୟର୍କ ସିଟିର ମିଡଟାଉନ୍‌ ମାନହାଟନ୍‌ରେ ସୋମବାର ସଂଧ୍ୟାରେ ଆଖିବୁଜା ଗୁଳିମାଡ଼ ହୋଇଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତ ହୋଇଛନ୍ତି । ଫାୟାରିଂରେ ଜଣେ ପୁଲିସ ଅଫିସର୍‌ଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁଯାୟୀ, ୟୁଏସ୍‌ର ବଡ଼ ଅଫିସ୍ ବିଲ୍ଡିଂରେ ପସି ସନ୍ଦିଗ୍ଧ ଯୁବକ ଫାୟାରିଂ କରିଥିଲା । ଏହାପରେ ସେ ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି । ବନ୍ଧୁକଧାରୀ ଲାସ୍ ଭେଗାସର ୨୭ ବର୍ଷୀୟ ଶେନ୍ ତମୁରା ବୋଲି ଚିହ୍ନଟ ହୋଇଛି । ଜଣେ ପୋଲିସ ଅଧିକାରୀ, ବନ୍ଧୁକଧାରୀ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସାଧାରଣ ନାଗରିକ ଆହତ ହୋଇଛନ୍ତି । ନ୍ୟୁୟର୍କ ସିଟି ମେୟର ଏରିକ୍ ଆଡାମ୍ସ  ଏକ୍ସରେ କହିଛନ୍ତି ଯେ, ଜଣେ ପୁଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଛି । ତାଙ୍କ ପରିବାରକୁ ସମବେଦନା ଜଣାଉଛି । ହେଲେ ପୁଲିସ ବିଭାଗ ମୁଖପାତ୍ର କହିଛନ୍ତି ତାଙ୍କ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଛି କି ନାହିଁ ସେମାନେ ନିଶ୍ଚିତ କରିପାରିବେ ନାହିଁ ।

ଶେନ୍ ତମୁରା କିଏ?

ତମୁରା ଲାସ୍ ଭେଗାସର ବାସିନ୍ଦା ବୋଲି ଜଣାପଡିଛି ।  ତାଙ୍କ ବୟସ ୨୭ ବର୍ଷ । ସେ ଜଣେ ପୂର୍ବତନ ଫୁଟବଲ୍ ଖେଳାଳି ଏବଂ ତାଙ୍କ ପାଖରେ ନେଭାଡାରୁ ଏକ ଗୁପ୍ତ ବହନ ପରମିଟ୍ ଥିବା ଜଣାପଡ଼ିଛି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତମୁରା ସୋମବାର ସନ୍ଧ୍ୟା ୬:୩୦ ପୂର୍ବରୁ ମିଡଟାଉନ୍ ମାନହାଟନର ୩୪୫ ପାର୍କ ଆଭେନ୍ୟୁରେ ଏକ କୋଠା ଉପରକୁ ଆକ୍ରମଣ କରିଥିଲା । ଆଖିବୁଜା ଗୁଳି ଚଳାଇଥିଲା । ଜଣେ  ପୋଲିସ ଅଧିକାରୀ ଏବଂ ଅନ୍ୟ ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ସେ ୩୩ତମ ମହଲାରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲା । 

ଘଟଣା ପରେ ଏଫ୍‌ବିଆଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟିମ୍‌ କ୍ରାଇମ୍ ସିନ୍‌ର ରିପୋର୍ଟ ପ୍ରଦାନ କରିବ । ପୁଲିସ ତଦନ୍ତ ଜାରି ରଖିଛି । ବନ୍ଧୁକଧାରୀର ଉଦ୍ଦେଶ୍ୟ କଣ ଥିଲା । ସେ ଏକା ଥିଲା ନା କୌଣସି ଗ୍ୟାଙ୍ଗ ସହ ଜଡ଼ିତ ଥିଲା ତାର ତଦନ୍ତ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.