ଭୁବନେଶ୍ଵର,୨୮।୮ : ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି ଜଣାପଡ଼ିଛି। 

ଶୁଭମ ବରଗଡ଼ରେ ପୂଜା ସାମଗ୍ରୀ ଦୋକାନ କରିଥିଲେ। ଗୁରୁବାର ତାଙ୍କର ମୃତଦେହ ଝୁଲୁଥିଲା। ସୂଚନା ପାଇ ବଡଗଡ ଥାନା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ପୁଲିସ ସିସିଟିଭିରେ ଫୁଟେ୍‌ଜ୍‌ ଯାଞ୍ଚ କରିବାରେ ସେଥିରେ ଦୁଇ ଯୁବତୀ ମୃତ ଶୁଭମ ପଣ୍ଡାଙ୍କ ପକେଟ୍‌ରୁ ମୋବାଇଲ୍ ଫୋନ୍ ନେଇ ପଳାଇଯାଉଥିବା ଦେଖିବାକୁ ମିଳିଛି।  ଫୁଟେଜ୍ ଆଧାରରେ ବର୍ତ୍ତମାନ ପୁଲିସ ଦୁଇ ଯୁବତୀଙ୍କୁ ଖୋଜୁଛି। ଶେଷଥର ପାଇଁ ସିସିଟିଭିରେ ଦୁଇ ଯୁବତୀଙ୍କୁ ଏକ ସ୍କୁଟିରେ ଯାଉଥିବା ଦେଖିବାକୁ ମିଳିଥିଲାI