ବରଗାଁ,୦୨/୦୧:  ଟିଟିଲାଗଡ ରେଞ୍ଜ ବେଲଗାଁ ସେକ୍ସନ ନିକଟ ଜଙ୍ଗଲରେ ମାଈ ହାତୀର ମୃତଦେହ ଉଦ୍ଧାର । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବନବିଭାଗ। ସୂଚନା ମୁତାବକ, ଗତ କିଛି ଦିନ ହେବ କଳାହାଣ୍ଡି ପଟୁ ଏକ ଗୋଷ୍ଠୀ ଛଡା ମାଈ ହାତୀ ବେଲଗାଁ ସେକ୍ସନକୁ ପ୍ରବେଶ କରିଥିଲା। ୮ ଦିନ ହେବ ହାତୀଟି ଅସୁସ୍ଥ ଥିବା ନେଇ ବନ ବିଭାଗ ପାଖରେ ଖବର ଥିଲା। ଏନେଇ ବନ ବିଭାଗ ହାତୀକୁ କ୍ରମାଗତ ଭାବେ ଟ୍ରାକିଂ କରୁଥିଲେ। ତେବେ ଆଜି ହାତୀଟି କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଜାଣିଥିଲେ। ଏନେଇ ଖବର ପାଇ ବନ ଟିଟିଲାଗଡ଼ ରେଞ୍ଜର, ବଲାଙ୍ଗୀର ଏସିଏଫ ଓ ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।