ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ତାମିଲନାଡ଼ୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

Published By : Harapriya Sethi | March 30, 2025 7:34 AM

ଜଗତସିଂହପୁର,୨୯ା୩(ଆପ୍ର): ତାମିଲନାଡ଼ୁର ଉଟିରେ ତିର୍ତ୍ତୋଲ କୋଷ୍ଠିମଲ୍ଲିକାପୁର ପଞ୍ଚାୟତର ଆଶୁତୋଷ ନାୟକ(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଟରା ପଞ୍ଚାୟତ ବେଗୁନିଆ ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହ ଆଶୁତୋଷ ତାମିଲନାଡ଼ୁକୁ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ହଠାତ୍‌ ତାଙ୍କର ଦେହାନ୍ତରେ ପୂରା ପରିବାର ଭାଙ୍ଗିପଡ଼ିଛନ୍ତି । ଏଣେ ଛଅ ମାସ ତଳେ ଆଶୁତୋଷ ନିଖୋଜ ସଂପର୍କରେ ପରିବାର ଲୋକ ତିର୍ତ୍ତୋଲ ଥାନାକୁ ଅବଗତ କରିଥିଲେ । ଏବେ ଆଶୁତୋଷଙ୍କ ଗଳିତ ମୃତଦେହ ଗତ ଛଅ ଦିନ ତଳେ ଉଟିର ବିଆଇ ପୁଲିସ ଥାନା ପକ୍ଷରୁ ଉଦ୍ଧାର କରାଯାଇଛି । ସେଠାକାର ପୁଲିସ ସିସିଟିଭି ଫୁଟେଜର ଯାଞ୍ଚ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା କୁହାଯାଉଛି । 

ସୂଚନା ମୁତାବକ, କୋଷ୍ଠିମଲ୍ଲିକାପୁର ହମିରପୁର ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ଏକମାତ୍ର ପୁତ୍ର ଆଶୁତୋଷ ନାୟକ(ସିକୁନ୍‌) କଟରାର ଜଣେ ଯୁବକଙ୍କ ସହ ଗାଡ଼ିରେ ହେଲପର କାମ କରିବାକୁ ବେଙ୍ଗାଲୁରୁ ଚାଲି ଯାଇଥିଲେ । ଫିଲ୍ମ ସୁଟିଂ ସେଟ ନେଇ ଉଭୟ ବେଙ୍ଗାଲୁରୁରୁ ତାମିଲନାଡ଼ୁର ଉଟିକୁ ଆସିଥିଲେ । ସେଠାରେ ଏକ ହୋଟେଲରେ ଉଭୟ ୪ ଦିନ ରହିଥିଲେ । ଉକ୍ତ ରହଣୀ ଭିତରେ ସିକୁନ୍‌ ନିଜ ଘର ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ତେବେ ସେଦିନ ରାତି ୧୧ଟା ପରେ ସିକୁନ୍‌ ଆଉ ଫୋନ୍‌ ଉଠାଇ ନଥିଲେ । ଏଣେ କଟରାର ସଂପୃକ୍ତ ଯୁବକ ତଥା ଗାଡ଼ି ଚାଳକ ସିକୁନ୍‌ର ଫୋନ୍‌ ଉଠାଇ ସେ ଶୋଇପଡ଼ିଥିବା ଜଣାଇଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ଗାଡ଼ି ଚାଳକ କଥା ବଦଳାଇ ସିକୁନ୍‌ ହୋଟେଲ ରୁମ୍‌କୁ ଫେରିନଥିବା କହିଥିଲେ । କଥାରେ ତାଳମେଳ ନରହିବାରୁ ସିକୁନ୍‌ଙ୍କ ପରିବାର ଲୋକଙ୍କ ଚିନ୍ତା ବଢିଥିଲା । ଏପଟେ ଉକ୍ତ ହୋଟେଲ ଠାରୁ କିଛି ଦୂରରେ ଥିବା ଏକ ଖାଲରୁ ସିକୁନ୍‌ର ମୃତଦେହ ଠାବ ହୋଇଥିଲା । ସିକୁନକୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା ପରିବାରବର୍ଗ ସନ୍ଦେହ କରି ତିର୍ତ୍ତୋଲ ଥାନାକୁ ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.