ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସୀମାଗୁଡ଼ି ମାଉଲି ମାଆ ପୀଠରେ ଦେବାଦେବୀଙ୍କ ଲାଠି ଶୋଭାଯାତ୍ରା ଓ ପୂଜା ଅନୁଷ୍ଠିତ

Published By : Prameya | March 6, 2025 9:36 PM

ମାଲକାନଗିରି - ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗ୍ରାମ ଦେବୀ ପୀଠରେ ଲାଠି ପୂଜା ଅନୁଷ୍ଠିତ ହୋଇଛି। ସୀମାଗୁଡ଼ି ଗ୍ରାମର ମାଉଲି ମାଆ ପୀଠରେ ବଡ଼ଯାତ୍ରା ଉପଲକ୍ଷେ ବିଭିନ୍ନ ଦେବା ଦେବୀ ପୀଠରୁ ଆଜି ଲାଠି ଶୋଭାଯାତ୍ରାରେ ଆସି, ଏକତ୍ରିତ ହୋଇ ପୂଜା ପାଇଛନ୍ତି। ଚେଡେଙ୍ଗା, ସଲିମ, ମହୁପଦର, ମାଥିଲି, ଥାପା ଗୁଡା, ପାଙ୍ଗମ, କତାମେଟା, ସୀମାଗୁଡ଼ି, ବନ୍ଧଗୁଡା ମୁଠା ଦେବା ଦେବୀ ପୀଠରୁ ଲାଠି ଶୋଭାଯାତ୍ରାରେ ଆସିବା ପରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇ ଯାତ୍ରା ଆରମ୍ଭ ହୋଇଥିଲା। ମାଆଙ୍କ ଏହି ଲାଠି ଯାତ୍ରାରେ ହଜାର ହଜାର ଭକ୍ତ ମାଲକାନଗିରି ଜିଲ୍ଲା ସମେତ ଛତିଶଗଡର ସୀମାନ୍ତ ଗ୍ରାମଗୁଡିକରୁ ଏହି ଯାତ୍ରା ଦେଖିବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା।  

ପ୍ରତିବର୍ଷ ମାଘ ମାସ ଶେଷରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଭକ୍ତମାନେ ନିଜର ମାନସିକ ପୂରଣ ହୋଇଥିଲେ ଏଠାରେ ମାଆଙ୍କ ନିକଟରେ ବଳି ମଧ୍ୟ ଦେଇଥାନ୍ତି । ପାରମ୍ପରିକ ବାଦ୍ୟର ତାଳେ ତାଳେ ଭକ୍ତମାନେ କାଳସି ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମାଆ ମାଉଲିଙ୍କ ପୂଜାର୍ଚ୍ଚନା ପାଇଁ ମୁଖ୍ୟ ଜିଲ୍ଲା ପୂଜାରୀ ଲବ ପଡିଆମୀ ପୂଜା କରି ଥିଲେ। ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଭକ୍ତମାନଙ୍କ ପାଇଁ ଅର୍ଣ୍ଣ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଶୃଙ୍ଖଳା ପାଇଁ ମାଆ ମାଉଲି ପୂଜା କମିଟି ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଆଦିବାସୀ ଗ୍ରାମଗୁଡିକରୁ ଦେବାଦେବୀଙ୍କ ପୀଠରୁ ଶତାଧିକ ଲାଠି ଧାରି ସିରୁଆ, ଦିସାରି, ଗୁଣିଆ ମାନେ ଆଲୁରମୁଠା ମାଆ ମାଉଲିଙ୍କ ପିଠରେ ପହଁଚି ଥିଲେ। ଏହି ଯାତ୍ରା ଦ୍ୱାରା ଗାଁର ମଙ୍ଗଳ ହେବା ସହ ଜମିରେ ଭଲ ଫସଲ, ବର୍ଷା ହୋଇଥାଏ, ଗ୍ରାମ ଉପରେ ରୋଗ ବାଧକ ଓ ବିପଦ ଆସେ ନାହିଁ,ଭୂତ, ପ୍ରେତ, ଡୁମା ମାନେ ଦୂରେଇ ଯାଇଥାନ୍ତି ଓ ବିଭିନ୍ନ ଗ୍ରାମର ନୂଆଖିଆ, ପୁଷ ପୁନେଇ ସରାସରି ପର୍ବ ଏଠାରେ କରାଯାଇଥାଏ। ମାଆ ମାଉଲି ପୀଠରୁ ବଡ ଯାତ୍ରାର ଶୁଭାରମ୍ଭ ହୁଏ ବୋଲି ପ୍ରବାଦ ରହିଛି, ପୂଜାସ୍ଥଳକୁ ବିଭିନ୍ନ ଗ୍ରାମରୁ ସମସ୍ତ ଭକ୍ତ ମାନେ ପରିବାର ଧରି ଆସିଥାନ୍ତି, ମାଆଙ୍କ ପୀଠରେ ଭୋଗ ଲଗାଇ ଗାଁ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ଲୋକମାନଙ୍କର ବିଶ୍ଵାସ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.