ନୂଆଦିଲ୍ଲୀ: ରାଜ୍ୟସଭାରେ ସମ୍ବିଧାନ ଉପରେ ଚର୍ଚ୍ଚା ସମୟରେ ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳର ଅଭିଯୋଗର ଜବାବ ଦେଇଛନ୍ତି। ଭାରତର ଇତିହାସ ଅମିତ ଶାହା କହିଛନ୍ତି । ସେ କହିଛନ୍ତି କି,'କଂଗ୍ରେସ ୫୫ ବର୍ଷରେ ୭୮ ଥର ସମ୍ବିଧାନରେ ସଂଶୋଧନ କରିଛି, ଆଉ ଏହା ନିଜ ପରିବାରର କଲ୍ୟାଣ ପାଇଁ କରିଛି । କଂଗ୍ରେସ ଦଳର ଚାରିଟି ସାମ୍ବିଧାନିକ ସଂଶୋଧନ ଏବଂ ବିଜେପିର ଚାରିଟି ସାମ୍ବିଧାନିକ ସଂଶୋଧନର ଉଦାହରଣ ଦେଇ ଶାହା କଂଗ୍ରେସର ସାମ୍ବିଧାନିକ ସଂଶୋଧନକୁ ଦେଶର ଲୋକଙ୍କ ଅଧିକାରର ଶୋଷଣ ଏବଂ ଗଣତନ୍ତ୍ରକୁ କୁଠାରଘାତ କରିବା ପାଇଁ ପଦକ୍ଷେପ ବୋଲି କହିଛନ୍ତି।

ଶାହା କହିଛନ୍ତି, 'ଆମେ ୧୬ ବର୍ଷରେ ୨୨ ଟି ପରିବର୍ତ୍ତନ କରିଛୁ। ଅଟଳ ବିହାରୀ ବାଜପେୟୀ ଜୀ ସରକାରଙ୍କ ୬ ବର୍ଷ ଏବଂ ମୋଦୀ ଜୀ ସରକାରଙ୍କ ୧୦ ବର୍ଷ । ବର୍ତ୍ତମାନ ମୋଦୀ ଜୀଙ୍କ ତୃତୀୟ କାର୍ଯ୍ୟକାଳ ଚାଲିଛି । ଯଦି ଆମେ ଆଉ ପାଞ୍ଚ ବର୍ଷ କାମ କରିବୁ, ତେବେ ଆମେ ଦେଶର ସ୍ଥିତି ପରିବର୍ତ୍ତନ କରିଦେବୁ । ଆମେ ଲୋକ ମାନଙ୍କୁ ସେମାନଙ୍କର ଅଧିକାର ଫେରାଇଦେବୁ । ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ଆମେ କାର୍ଯ୍ୟ କରିଛୁ ଏବଂ ଭବିଷ୍ୟତରେ ମଧ୍ୟ ଏହା କରିବୁ।

କଂଗ୍ରେସ ଉପରେ ଅଭିଯୋଗ କରି ଶାହା କହିଛନ୍ତି ଯେ, ବ୍ରିଟେନ ରାଣୀଙ୍କ ଘଣ୍ଟା ଅନୁଯାୟୀ କଂଗ୍ରେସ ସରକାର ସନ୍ଧ୍ୟାରେ ବଜେଟ୍ ଉପସ୍ଥାପନ କରୁଥିଲେ। ଏହି ସବୁ ଦାସତ୍ୱର ମାନସିକତାକୁ ଦର୍ଶାଉଥିଲା । ବ୍ରିଟିଶ ମାନଙ୍କ ଦ୍ୱାରା କରାଯାଇଥିବା ନିୟମକୁ ପରିବର୍ତ୍ତନ କରି ଆମେ ସମସ୍ତ ପରମ୍ପରା ଭାଙ୍ଗିଲୁ । ୧୯୪୭ ରୁ ୨୦୨୪ ପର୍ଯ୍ୟନ୍ତ, ଯଦି ଦେଶର କୌଣସି ଦଳ ସମ୍ବିଧାନକୁ ଖଣ୍ଡନ କରି ମିଛ କହି ନିର୍ବାଚନ ଜିତିବାକୁ ଚେଷ୍ଟା କରିଥିଲା, ତେବେ ତାହା କେବଳ କଂଗ୍ରେସ କରିଥଲା।

19A - ଅଭିବ୍ୟକ୍ତିର ସ୍ୱାଧୀନତାକୁ ରୋକିବା ପାଇଁ କଂଗ୍ରେସ ପ୍ରଥମ ସାମ୍ବିଧାନିକ ସଂଶୋଧନ କରିଥିଲା। ୨୪ ନଭେମ୍ବର ୧୯୭୧ ରେ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂସଦରେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ୨୪ ତମ ସଂଶୋଧନ କରାଯାଇଥିଲା। ଏହା ମାଧ୍ୟମରେ ସେ ନାଗରିକ ମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ କରିବାର ବ୍ୟବସ୍ଥା କରିଥିଲେ।

୩୯ ତମ ସାମ୍ବିଧାନିକ ସଂଶୋଧନ ୧୦ ଅଗଷ୍ଟ ୧୯୭୫ର ସେହି ଦିନ କଳା ଅକ୍ଷରରେ ରହିବ, ଯେତେବେଳେ ବି ସମ୍ବିଧାନ ଇତିହାସରେ ଏହା ଉଲ୍ଲେଖ କରାଯିବ । ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ । ସେହି ସମୟରେ ଏହାକୁ ରଦ୍ଦ କରାଯିବା ପରେ ସେମାନେ ଏହାକୁ ସଂଶୋଧନ କରି ପ୍ରଧାନମନ୍ତ୍ରୀଙ୍କ ନ୍ୟାୟିକ ତଦନ୍ତ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସମ୍ବିଧାନରେ ଏଭଳି ସଂଶୋଧନ କରାଯାଇଥିଲା ଯେ, ଏସବୁ ଜାଣି ଜନସାଧାରଣ କଂଗ୍ରେସର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରୁଛନ୍ତି। ବର୍ତ୍ତମାନ ଏହି ଲୋକ ମାନେ ସମ୍ବିଧାନ ପୁସ୍ତକ ଗ୍ରହଣ କରୁଛନ୍ତି ଏବଂ ଆମ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଛନ୍ତି ଯେ ଆମେ ସମ୍ବିଧାନ ପରିବର୍ତ୍ତନ କରିବୁ। ଆପଣଙ୍କର ବିଦେଶୀ ଚଷମାରେ ଆମ ଭାରତୀୟ ସମ୍ବିଧାନିକତା ଦୃଶ୍ୟମାନ ହେବ ନାହିଁ ବୋଲି ସେ କହିଛନ୍ତି ।