ଭୁବନେଶ୍ୱର,୦୫/୦୬: ଡିଡି ନ୍ୟୁଜ୍‌ ଏହାର  ପ୍ରମୁଖ ସମାଚାର କାର୍ଯ୍ୟକ୍ରମ ‘ଡିକୋଡ୍‌ ୱିଥ୍‌ ସୁଧୀର ଚୌଧୁରୀ’ର ସଫଳ ଶୁଭାରମ୍ଭ ପରେ ଦର୍ଶକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହାସଲ  କରିଛି । ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ସୋ’ ଖୁବ୍‌ କମ୍‌ ସମୟ ମଧ୍ୟରେ ଡିଡି ନ୍ୟୁଜ୍‌ର ପ୍ରମୁଖ ପ୍ରାଇମ୍‌ ଟାଇମ୍‌  ପ୍ରସାରଣର ଏକ ମହତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଦେଶବ୍ୟାପୀ ଦର୍ଶକଙ୍କୁ ବଡ଼ ଆକାରରେ ଆକର୍ଷିତ  କରୁଛି ଏହି ‘ସୋ’ ।  

ଏହି କାର୍ଯ୍ୟକ୍ରମ ବିଷୟବସ୍ତୁକୁ ଅତି ସହଜ ଏବଂ ସନ୍ତୁଳିତ ଭାବେ ବୁଝାଇ ଲୋକଙ୍କ  ସମାଚାର ଦେଖିବାର ତରିକାକୁ ସମ୍ପୂର୍ଣ୍ଣ ରୂପେ  ବଦଳାଇ ଦେଇଛି । ସତ୍ୟ ତଥ୍ୟ ଉପରେ  ଏହି କାର୍ଯ୍ୟକ୍ରମ ଆଧାରିତ । ଦେଶ ଦୁନିଆର  ମହତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅତି ସନ୍ତୁଳିତ ଏବଂ  ସ୍ପଷ୍ଟ ଭାବେ ଏଥିରେ ପ୍ରଦର୍ଶିତ କରାଯାଇଥାଏ ।

ସୋ’ର ପ୍ରଥମ ସପ୍ତାହରେ ହିଁ  ଟିଆର୍‌ପିରେ ଦ୍ରୁତ ଏବଂ ସ୍ପଷ୍ଟ ବୃଦ୍ଧି ଦେଖିବାକୁ  ମିଳିଛି । ଡିକୋଡ୍‌ର ଗଭୀରତା ସହ ଜଡ଼ିତ କାହାଣୀଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଏହି କାରଣରୁ ଡିଡି ନ୍ୟୁଜ୍‌ର ସୋମବାରରୁ ଶୁକ୍ରବାର ରାତି ୯ଟାରୁ ୧୦ଟାର ସ୍ଲଟ୍‌ରେ  ଦର୍ଶକଙ୍କ ସଂଖ୍ୟାରେ ଐତିହାସିକ ବୃଦ୍ଧି  ଦେଖିବାକୁ ମିଳିଛି । ଏହି ସ୍ଲଟ୍‌ ଏବେ ପ୍ରାଇମ୍‌ଟାଇମ୍‌ରେ ନୂଆ ପରିଚୟ ଭାବେ  ଉଭୟ ହୋଇଥିବା ଡିଡି ନ୍ୟୁଜ୍‌ ପକ୍ଷରୁ ପ୍ରକାଶ ।  

୨୦୨୫ ମେ’ ୧୫ରୁ ଆରମ୍ଭ ଏ କାର୍ଯ୍ୟକ୍ରମ  କିଛି ସପ୍ତାହ ମଧ୍ୟରେ ଡିଡି ନ୍ୟୁଜ୍‌ର ୟୁଟ୍ୟୁବ୍‌  ଚ୍ୟାନେଲ୍‌ରେ ମୋଟ ୨୩.୯ ନିୟୁତ ଭ୍ୟୁଜ୍‌ ହାସଲ  କରିଛି, ଯାହା ମେ’ ମାସର ମୋଟ ୪୯.୨ ନିୟୁତ  ଭ୍ୟୁଜ୍‌ର ୪୮.୫୮% ।