ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଡିଡି ନ୍ୟୁଜ୍‌ରେ ଦର୍ଶକ ସଂଖ୍ୟା ବଢ଼ାଇଲା ‘ଡିକୋଡ୍‌ ୱିଥ୍‌ ସୁଧୀର ଚୌଧୁରୀ, ପ୍ରଥମ ସପ୍ତାହରେ ହିଁ ଟିଆର୍‌ପିରେ ଦ୍ରୁତ ବୃଦ୍ଧି

Published By : Prameya | June 5, 2025 10:31 AM

ଭୁବନେଶ୍ୱର,୦୫/୦୬: ଡିଡି ନ୍ୟୁଜ୍‌ ଏହାର  ପ୍ରମୁଖ ସମାଚାର କାର୍ଯ୍ୟକ୍ରମ ‘ଡିକୋଡ୍‌ ୱିଥ୍‌ ସୁଧୀର ଚୌଧୁରୀ’ର ସଫଳ ଶୁଭାରମ୍ଭ ପରେ ଦର୍ଶକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହାସଲ  କରିଛି । ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ସୋ’ ଖୁବ୍‌ କମ୍‌ ସମୟ ମଧ୍ୟରେ ଡିଡି ନ୍ୟୁଜ୍‌ର ପ୍ରମୁଖ ପ୍ରାଇମ୍‌ ଟାଇମ୍‌  ପ୍ରସାରଣର ଏକ ମହତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଦେଶବ୍ୟାପୀ ଦର୍ଶକଙ୍କୁ ବଡ଼ ଆକାରରେ ଆକର୍ଷିତ  କରୁଛି ଏହି ‘ସୋ’ ।  

ଏହି କାର୍ଯ୍ୟକ୍ରମ ବିଷୟବସ୍ତୁକୁ ଅତି ସହଜ ଏବଂ ସନ୍ତୁଳିତ ଭାବେ ବୁଝାଇ ଲୋକଙ୍କ  ସମାଚାର ଦେଖିବାର ତରିକାକୁ ସମ୍ପୂର୍ଣ୍ଣ ରୂପେ  ବଦଳାଇ ଦେଇଛି । ସତ୍ୟ ତଥ୍ୟ ଉପରେ  ଏହି କାର୍ଯ୍ୟକ୍ରମ ଆଧାରିତ । ଦେଶ ଦୁନିଆର  ମହତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅତି ସନ୍ତୁଳିତ ଏବଂ  ସ୍ପଷ୍ଟ ଭାବେ ଏଥିରେ ପ୍ରଦର୍ଶିତ କରାଯାଇଥାଏ ।

ସୋ’ର ପ୍ରଥମ ସପ୍ତାହରେ ହିଁ  ଟିଆର୍‌ପିରେ ଦ୍ରୁତ ଏବଂ ସ୍ପଷ୍ଟ ବୃଦ୍ଧି ଦେଖିବାକୁ  ମିଳିଛି । ଡିକୋଡ୍‌ର ଗଭୀରତା ସହ ଜଡ଼ିତ କାହାଣୀଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଏହି କାରଣରୁ ଡିଡି ନ୍ୟୁଜ୍‌ର ସୋମବାରରୁ ଶୁକ୍ରବାର ରାତି ୯ଟାରୁ ୧୦ଟାର ସ୍ଲଟ୍‌ରେ  ଦର୍ଶକଙ୍କ ସଂଖ୍ୟାରେ ଐତିହାସିକ ବୃଦ୍ଧି  ଦେଖିବାକୁ ମିଳିଛି । ଏହି ସ୍ଲଟ୍‌ ଏବେ ପ୍ରାଇମ୍‌ଟାଇମ୍‌ରେ ନୂଆ ପରିଚୟ ଭାବେ  ଉଭୟ ହୋଇଥିବା ଡିଡି ନ୍ୟୁଜ୍‌ ପକ୍ଷରୁ ପ୍ରକାଶ ।  

୨୦୨୫ ମେ’ ୧୫ରୁ ଆରମ୍ଭ ଏ କାର୍ଯ୍ୟକ୍ରମ  କିଛି ସପ୍ତାହ ମଧ୍ୟରେ ଡିଡି ନ୍ୟୁଜ୍‌ର ୟୁଟ୍ୟୁବ୍‌  ଚ୍ୟାନେଲ୍‌ରେ ମୋଟ ୨୩.୯ ନିୟୁତ ଭ୍ୟୁଜ୍‌ ହାସଲ  କରିଛି, ଯାହା ମେ’ ମାସର ମୋଟ ୪୯.୨ ନିୟୁତ  ଭ୍ୟୁଜ୍‌ର ୪୮.୫୮% ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.