ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଝିଅର ନାଁ ରଖିଲେ ଦୀପିକା ଓ ରଣବୀର, ସେୟାର କଲେ ପ୍ରଥମ ଝଲକ

Published By : Anindita Ratha | November 2, 2024 12:08 PM

ମୁମ୍ବାଇ,୦୨/୧୧ :  ଷ୍ଟାର ଦମ୍ପତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଗତ ସେପ୍ଟେମ୍ବର ମାସରେ  ପିତାମାତା ହୋଇଥିଲେ । ସେପ୍ଟେମ୍ୱର ୮ରେ ଦୀପିକା ବେବି ଗାର୍ଲକୁ ଜନ୍ମ ଦେଇଥିଲେ । ଆଉ ବର୍ତ୍ତମାନ ଏହି ଦମ୍ପତି  ଦିୱାଲି ଅବସରରେ ଗତକାଲି ଝିଅର ପ୍ରଥମ ଝଲକ ଦେଖାଇଛନ୍ତି ଏବଂ ଝିଅର ନାଁ ର ମଧ୍ୟ ଖୁଲାସା କରିଛନ୍ତି । ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ୩୧ ଅକ୍ଟୋବର ରେ ନିଜ ଝିଅ ସହ ପ୍ରଥମ ଦିୱାଲୀ ପାଳନ କରିଛନ୍ତି । ଏଥିସହ ଗତକାଲି ଅଭିନେତ୍ରୀ ତାଙ୍କ ଝିଅର ପ୍ରଥମ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।  ଦମ୍ପତିଙ୍କ ବେବି ଗାର୍ଲ ଫଟୋରେ ପାରମ୍ପାରିକ ଲୁକରେ ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଦେଢ ମାସର ଶିଶୁ କନ୍ୟା ଲାଲ୍ ସାଲୱାର୍ ସୁଟ୍ ପିନ୍ଧିଥିବାର ଜଣାପଡିଛି । ଫଟୋରେ ଦୀପିକା ତାଙ୍କ ଝିଅର ଚେହେରା ଦେଖାଇ ନାହାଁନ୍ତି କେବଳ ତାଙ୍କର ସୁନ୍ଦର ପାଦ ଦେଖିବାକୁ ମିଳିଛି । ଏଥିସହ ଦମ୍ପତି ତାଙ୍କ ଝିଅର ନାଁ  ଦୁଆ ପାଦୁକୋନ ସିଂ ରଖିଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।  

 ଏଥିସହ ସେ ଏହାର ଅର୍ଥ ମଧ୍ୟ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଦୀପିକା ଏବଂ ରଣଭୀର କ୍ୟାପସନରେ ଲେଖିଛନ୍ତି, 'ଦୁଆ ପାଦୁକୋନ ସିଂ । ‘ଦୁଆ’: ଯାହାର ଅର୍ଥ ହେଉଛି ପ୍ରାର୍ଥନା । ସେ ଆମର ପ୍ରାର୍ଥନାର ଉତ୍ତର । ଆମର ହୃଦୟ ପ୍ରେମ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ ।' ଏହି ଫଟୋ ସେୟାର ହେବା ମାତ୍ରେ ସେଲିବ୍ରିଟି ସମେତ ଫ୍ୟାନ୍ସ ଦମ୍ପତି ଶୁଭେଚ୍ଛା ଜଣାଇବା ସହ ବେବି ନାଁ ଶୁଣି ଖୁସିବ୍ୟକ୍ତ କରିଛନ୍ତି । ଆଲିଆ ଭଟ୍ଟ ଠାରୁ ଭୂମି ପେଡନକର ଯାଏଁ ସମସ୍ତ ତାରକା ଏବଂ ଫ୍ୟାନ୍ସ ଲାଲ ହାର୍ଟ ଇମୋଜି ଦେବା ସହ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି, ବିବାହର ୬ ବର୍ଷ ପରେ ପିତାମାତା ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର  ୨୦୧୮ରେ ବିବାହ କରିଥିଲେ । ଉଭୟ ଚଳିତ ଫେବୃଆରୀରେ ପିତାମାତା ହେବା ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେପ୍ଟେମ୍ୱରରେ କୁନି ଅତିଥି ଆସିବେ ବୋଲି ମଧ୍ୟ ଘୋଷଣା କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.