ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶକ୍ତିଶାଳୀ ହେବ ଭାରତ ; ଋଷ ସହ T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ସ୍ବାକ୍ଷର

Published By : Ankita S | March 8, 2025 9:30 AM

ନୂଆଦିଲ୍ଲୀ,୦୮/୦୩ : ଶତ୍ରୁକୁ ଲାଗିବ ଝଟକା । ଶକ୍ତିଶାଳୀ ହେବ ଭାରତ ।  T-72 ଟ୍ୟାଙ୍କ ଭାରତୀୟ ସେନାକୁ ଦେବ ବଳ । ସେନାର T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ଭାରତ-ଋଷ ମଧ୍ୟରେ ହୋଇଛି । ଋଷର ରୋସବୋରନଏକ୍ସପର୍ଟ ସଂସ୍ଥା ସହ ୨୪୮ ମିଲିୟନ ଡଲାରରେ T-72 ଟ୍ୟାଙ୍କ ଇଞ୍ଜିନ ଚୁକ୍ତି ସ୍ବାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ସେନାର T-72 ଟ୍ୟାଙ୍କ ପାଇଁ ଋଷଠୁ ଇଞ୍ଜିନ କିଣିବ ଭାରତ ।

T-72 ଭାରତୀୟ ସେନାର ଏକ ପ୍ରମୁଖ ଟ୍ୟାଙ୍କ । ବର୍ତ୍ତମାନ ଏହା ୭୮୦ ହର୍ଷପାୱାର କ୍ଷମତା ବିଶିଷ୍ଟ ଅଟେ । ୧୦୦୦ ହର୍ଷପାୱାର କ୍ଷମତା ବିଶିଷ୍ଟ ଇଞ୍ଜିନ ଲଗାଯିବାକୁ ଚୁକ୍ତି କରାଯାଇଛି ।  ଏହା ଦ୍ବାରା ଭାରତୀୟ ସେନାର ଆତ୍ମରକ୍ଷାତ୍ମକ କ୍ଷମତାର ବୃଦ୍ଧି ହେବ । ସେନାର ଟି-୭୨ ଟ୍ୟାଙ୍କ ପାଇଁ ଋଷ ଠାରୁ ଇଞ୍ଜିନ କିଣିବ ଭାରତ । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୦୦ ଏଚପି ଇଞ୍ଜିନ କିଣିବାକୁ ଋଷର ରୋସବୋରନଏକ୍ସପର୍ଟ ସଂସ୍ଥା ସହ ୨୪୮ ମିଲିୟନ ଆମେରିକୀୟ ଡଲାରରେ (ପାଖାପାଖି ୨,୧୫୬ କୋଟି ଟଙ୍କା) ଚୁକ୍ତି ସ୍ବାକ୍ଷରିତ କରିଛି । ଚୁକ୍ତି ଅନୁସାରେ ଭାରତ ଋଷଠୁ T-72 ଟ୍ୟାଙ୍କ ୧୦୦୦ ହର୍ଷପାୱାର ଇଞ୍ଜିନ କିଣିବ । ଏହି ଇଞ୍ଜିନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଅର୍ଦ୍ଧପ୍ରସ୍ତୁତ ଅବସ୍ଥାରେ କିଣାଯିବ । ଇଞ୍ଜିନର ସଂଯୋଗ, ପରିବହନ ଏବଂ ଭାରତରେ ଲାଇସେନ୍ସ ପ୍ରାପ୍ତ ଇଞ୍ଜିନ ଉତ୍ପାଦନ ସହିତ ଟେକ୍ନୋଲୋଜି ପ୍ରଦାନ କରିବ ଋଷ ସଂସ୍ଥା । ଚେନ୍ନାଇ ଅଭାଡି ସ୍ଥିତ ହେଭି ଭେୟିକିଲ୍ ଫ୍ୟାକ୍ଟ୍ରିକୁ ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ...ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟରେ ଚୀନ ବାଉଳା , ଭାରତ ସହ ସଂପର୍କ ମଜବୁତ କରିବାକୁ ବଢାଇଲା ହାତ


ଋଷକୁ ନେଇ ଆମେରିକାରକୁ ଦେଖିଲେ ଭାରତର ଏହି ଚୁକ୍ତି ଅତ୍ୟନ୍ତ ରୋଚକପୂର୍ଣ୍ଣ ରହିଛି । ଆମେରିକା ଚାହୁଁନଥିଲା ଭାରତକୁ ଋଷରୁ ମିଲିଟାରୀ ସପ୍ଲାଏ ମିଳୁ । ଭାରତ ଋଷଠୁ ଅସ୍ତ୍ରଶସ୍ତ୍ର ନ କିଣ ବୋଲି ଚାହୁଁଥିଲା ଆମେରିକା । ଆମେରିକା ବାଣିଜ୍ୟିକ ମନ୍ତ୍ରୀ ହାବାର୍ଡ ଲଟନିକ କହିଛନ୍ତି, ଭାରତ ଋଷଠୁ ହତିଆର କିଣିବା ଏବଂ ବ୍ରିକ୍ସରେ ତାର ଭାଗିଦାରୀ, ଭାରତ-ଆମେରିକାର ସମ୍ପର୍କ ପାଇଁ ବାଧା ସୃଷ୍ଟି କରିବ । ବ୍ରିକ୍ସ ଆମେରିକା ଡଲାରକୁ ରିପ୍ଲେସ୍ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ହାବାର୍ଡ ଲଟନିକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.