ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ରାଡାରରୁ ନେଇ ଡ୍ରୋନ୍ ପର୍ଯ୍ୟନ୍ତ, ସେନାକୁ ମିଳିବ ଘାତକ ହତିଆର: ୧୯୮୧ କୋଟିର ୧୩ ଡିଲ୍‌କୁ ମଞ୍ଜୁରୀ

Published By : Harapriya Biswal | June 24, 2025 5:23 PM

ନୂଆଦିଲ୍ଲୀ,୨୪।୬: ଭାରତୀୟ ସେନାକୁ ମିଳିବ ଆହୁରି ଅଧିକ ଶକ୍ତି।  ଶତ୍ରୁ ରାଷ୍ଟ୍ରକୁ ଦେବ କଡା ଜବାବ। ଏପରିକି ସୀମାପାର ଆତଙ୍କବାଦର ମୁକାବିଲ ପାଇଁ ଭାରତ ସରକାର ସେନାର କ୍ଷମତାକୁ ଆହୁରି ମଜବୁତ କରିବେ। ଏନେଇ ଉଠାଇଛନ୍ତି ବଡ଼ ପଦକ୍ଷେପ। ୧୯୮୧.୯୦ କୋଟି ଟଙ୍କାରେ ୧୩ଟି ପ୍ରତିରକ୍ଷା ଚୁକ୍ତି କରିଛନ୍ତି ସରକାର।  ଏହି ଚୁକ୍ତି ଅନୁସାରେ ଭାରତୀୟ ସେନାକୁ ସ୍ବଦେଶୀ ଓ ଆଧୁନିକ ସେନା ଉପକରଣ ଏବଂ ଟେକ୍ନୋଲୋଜି ପ୍ରଦାନ କରାଯିବ। ଯାହାଫଳରେ ସୈନିକଙ୍କ ଟାର୍ଗେଟ କରିବାର କ୍ଷମତା ଓ ଗତିଶୀଳ  ବୃଦ୍ଧି ପାଇବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଇଣ୍ଟିଗ୍ରେଟେଡ୍ ଡ୍ରୋନ୍ ଡିଟେକ୍ସନ ଓ ଇଣ୍ଟରଡିକ୍ସନ୍ ସିଷ୍ଟମ, ଲୋ ଲେବଲ ଲାଇଟଓ୍ବେଟ୍ ରାଡାର ଏବଂ କମ୍ ଦୂରତ୍ବ କ୍ଷମତା ଥିବା ଏୟାର ଡିଫେନ୍ସ ସିଷ୍ଟମ କିଣିବ। ଏହାଛଡା ଲଞ୍ଚର ଓ ମିସାଇଲ, ଭର୍ଟିକାଲ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ସିଷ୍ଟମ ସହ ବୁଲେଟ୍ ପ୍ରୁଫ ଜ୍ୟାକେଟ ଓ ବାଲାଷ୍ଟିକ୍ ହେଲମେଟ୍ ମଧ୍ୟ ରହିଛି। ଭାରୀ ଓ ମଧ୍ୟମ ଧରଣର ରାଇଫଲ ପାଇଁ ନାଇଟ୍ ସାଇଟ୍ ଭଳି ହତିଆର ଓ ଉପକରଣ ମଧ୍ୟ କିଣାଯିବ ବୋଲି ଜଣାପଡିଛି। 

ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ କେନ୍ଦ୍ର ସରକାର ପାକିସ୍ତାନର ଆତଙ୍କବାଦୀଙ୍କ ମୁକାବିଲା କରିବା ପାଇଁ ଜମ୍ମୁ-କଶ୍ମୀରରେ ସେନାକୁ ପ୍ରସ୍ତୁତ କରୁଛ। ୨୨ ଏପ୍ରିଲରେ ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ୬ ମଇରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଥିବା ୯ ଆତଙ୍କୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ମନ୍ତ୍ରଣାଳୟ କହିଛି, ଏହି ସବୁ ଡିଲ୍ ଦ୍ରୁତ ପକ୍ରିୟାରେ ପୁରା କରାଯାଇଛି। ଫଳରେ ‌ସେନାକୁ ଅତି କମ୍ ସମୟରେ ଜରୁରୀ ଉପକରଣ ମିଳିପାରିବ। ମୋଟ ୨ ହଜାର କୋଟି ଟଙ୍କାର ବଜେଟ୍‌ରୁ ୧,୯୮୦.୯୦ କୋଟି ଟଙ୍କା କିଣାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଆତଙ୍କବାଦ ନିରୋଧି ଅଭିଯାନରେ ସେନାର ଅପରେସନ୍ ପ୍ରସ୍ତୁତିକୁ ସଶକ୍ତ କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ଜରୁରୀ କିଣାବିକା ଦ୍ବାରା ଭାରତର ସେନା କ୍ଷମତା ବୃଦ୍ଧି ପାଇବ। ଏହା ସହ ସ୍ବଦେଶୀ ପ୍ରତିରକ୍ଷା ନିର୍ମାଣକୁ ପ୍ରୋତ୍ସାହନ ମଧ୍ୟ ମିଳିବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.