ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଘନ କୁହୁଡ଼ି କବଳରେ ରାଜଧାନୀ,୪୫୦ ଉପରେ ଦିଲ୍ଲୀର AQI

Published By : Anindita Ratha | November 14, 2024 12:32 PM

ନୂଆଦିଲ୍ଲୀ,୧୪/୧୧:  ବଦଳୁଛି ପାଗର ମିଜାଜ। ଖସୁଛି ପାରଦ, ବଢ଼ି ଚାଲିଛି ଥଣ୍ଡା। ତା'ସହ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍‌ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ୍ ହୋଇପଡ଼ିଛି । ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି । ଦିନକୁ ଦିନ ଏୟାର କ୍ବାଲିଟି ଇଣ୍ଡେକ୍ସ ଖରାପ ହେବାରେ ଲାଗିଛି । ଗୁରୁବାର ସକାଳୁ ଧୂଆଁ ଧୂଆଁ ହୋଉଛି ସହର ଏବଂ ଦୃଶ୍ୟମାନ କମିଛି । ୫୦୦ ମିଟର ଯାଏଁ ଦେଖିବା ମୁସ୍କିଲ୍ ହୋଇଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । 

ତେବେ ଗତକାଲି ଅପେକ୍ଷା ଆଜି ରାଜଧାନୀ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସରେ ସୁଧାର ଆସିଛି । ଗତକାଲି  ରାତି ୧୧ଟାରେ ଏୟାର  କ୍ବାଲିଟି ଇଣ଼୍ଡେକ୍ସ ୪୫୨ ରେକର୍ଡ କରାଯାଇଥିଲା । ମାତ୍ର ଆଜି ଏଥିରେ ସମାନ୍ୟ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଗୁରୁବାର ସକାଳେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୩୨ ରେକର୍ଡ କରାଯାଇଛି । ଭୋର ସାଢ଼େ ୬ଟା ବେଳେ ଦୃଶ୍ୟମାନ କମ୍ ରହିଥିଲା । ୫୦୦ ମିଟର ପର୍ଯ୍ୟନ୍ତ ଦେଖିବା ମୁସ୍କିଲ୍ ହେଉଥିଲା । ଫଳରେ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଉଡ଼ାଣରେ ସମସ୍ୟା ସୃଷ୍ଟି ହୋଇଥିଲା । 

ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ମୁତାବକ, ଜାତୀୟ ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ଖରାପ ରହିଛି । ଆନ୍ଦନ ବିହାର, ଅଶୋକ ନଗର, ଭଓ୍ବନା, ଦ୍ବାରିକା, ଜାହାଙ୍ଗିରନଗର, ମୁଣ୍ଡାକା, ଜନଫଗଡ଼, ଲାଜପତ୍ ନଗର, ପ୍ରତାପଗଞ୍ଜ ଆଦି ସ୍ଥାନରେ ଏକ୍ୟୁଆଇ ୪୫୦ ଉପରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.