ନୂଆଦିଲ୍ଲୀ,୨୪/୦୩: ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ଆଇପିଏଲ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିଲେ ହେଁ ଷ୍ଟାର ପେସ୍ ବୋଲର ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳର ରଣନୀତି ପ୍ରସ୍ତୁତିରେ ବ୍ୟାଘାତ ସାଜିଛି । ସେ ସମ୍ପୂର୍ଣ୍ଣ ଫିଟ୍ ଥିଲେ ହେଁ ଏପର୍ଯ୍ୟନ୍ତ ଭାରତରେ ପହଞ୍ଚି ନାହାନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ଅତିରିକ୍ତ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିବା ପୂର୍ବରୁ ଘୋଷଣା କରିଥିଲେ ହେଁ ଷ୍ଟାର୍କଙ୍କୁ ଏପର୍ଯ୍ୟନ୍ତ ଏନ୍ଓସି ପ୍ରଦାନ କରିନାହିଁ । ତାଙ୍କ ଯୋଗଦାନକୁ ନେଇ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।
କ୍ୟାପିଟାଲ୍ସ ମୁଖ୍ୟ କୋଚ ହେମାଙ୍ଗ ବଦାନି କହିଛନ୍ତି, ଆମେ କ୍ରିକେଟ୍ ଅଷ୍ଟ୍ରେଲିଆ ଠାରୁ ଷ୍ଟାର୍କଙ୍କ ଏନ୍ଓସି ପାଇବାକୁ ଅପେକ୍ଷା କରିଛୁ । ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର୍କଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଥିଲା । ସେ ଉକ୍ତ ସିଜନରେ ଦଳ ପକ୍ଷରୁ ୧୧ଟି ମ୍ୟାଚ ଖେଳି ୧୪ଟି ୱିକେଟ୍ ନେଇଥିଲେ । ସୂଚନାଯୋଗ୍ୟ, ଆସନ୍ତା ୧ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ନୂଆ ସିଜନ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ।
ଅଧିକ ପଢ଼ନ୍ତୁ :- ଯଶପ୍ରୀତ ବୁମରା ଆହତ କି ? ଆଇପିଏଲ ପୂର୍ବରୁ ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ କାହିଁକି ପହଞ୍ଚିଲେ ଘାତକ ବୋଲର