ମୁମ୍ବାଇ,୧୧/୧୦ : ଆଇପିଏଲ୍ ୨୦୨୬ର ନିଲାମୀ ଲାଗି ୧୩ରୁ ୧୫ଡିସେମ୍ବରର ତାରିଖ ଧାର୍ଯ୍ୟ କରାଯାଇଛି । ସୂଚନା ମୁତାବକ ୧୫ଡିସେମ୍ବରରେ ୧୯ତମ ସିଜନ ଲାଗି ମିନି ଅକ୍ସନର ଆୟୋଜନ ହେବ । ମାତ୍ର ଏବେ ନିଲାମୀ ଭେନ୍ୟୁର ଘୋଷଣା ହୋଇନାହିଁ । ଆଇପିଏଲର ସମସ୍ତ ୧୦ଟିମକୁ ୧୫ନଭେମ୍ବର ପୂର୍ବରୁ ନିଜ ରିଟେନ ଏବଂ ରିଲିଜ ଖେଳାଳୀଙ୍କ ଲିଷ୍ଟ୍ ଜାରି କରିବାକୁ ହେବ । ଏହା ମଧ୍ୟରେ ଖବର ଆସିଛି କି ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ଷ୍ଟାର୍କଙ୍କ ସମେତ ୪ବଡ଼ ଖେଳାଳୀଙ୍କୁ ରିଲିଜ କରିବାର ପ୍ରସ୍ତୁତିରେ ଅଛି ।
ରିପୋର୍ଟରେ କୁହାଯାଇଛି କି ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ରିଲିଜ କରିବାକୁ ଯାଉଛି । ଦିଲ୍ଲୀ ଏହି ଅଷ୍ଟେ୍ରଲିଆର ଦ୍ରୁତ ବୋଲରଙ୍କୁ ୧୧.୭୫କୋଟି ଟଙ୍କାରେ କିଣି ଥିଲା । ଷ୍ଟାର୍କ ଦିଲ୍ଲୀ ଲାଗି ଆଇପିଏଲ୍ ୨୦୨୫ରେ ଆଶା ମୁତାବକ ପ୍ରଦର୍ଶନ କରିପାରିନଥିଲେ । ସେ ୧୧ମ୍ୟାଚରେ କେବଳ ୧୪ଓ୍ବିକେଟ ନେଇପାରିଥିଲେ ।
ମିଚେଲ ଷ୍ଟାର୍କଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଫାଫ ଡୁ ପ୍ଲେସିସ, ଜ୍ୟାକ ପ୍ରେଜର ମ୍ୟାକଗର୍କ ଏବଂ ଟି ନଟରାଜନଙ୍କୁ ବି ରିଲିଜ କରିପାରେ । ଫାଫ ଡୁ ପ୍ଲେସିସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କେବଳ ଦୁଇ କୋଟି ଟଙ୍କାରେ କିଣିଥିଲା । ସେହିଭଳି ଟି ନଟରାଜନ ୧୦.୭୫କୋଟି ଟଙ୍କାରେ କିଣାଯାଇଥିଲେ । ଅଷ୍ଟେ୍ରଲିଆର ବିସ୍ଫୋଟକ ଓପନର ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୯କୋଟି ଟଙ୍କାରେ ରିଟନ କରିଥିଲା । ଏବେ ରିପୋର୍ଟରେ କୁହାଯାଇଛି କି ଦିଲ୍ଲୀ ଏହି ୪ବଡ଼ ଖେଳାଳୀଙ୍କୁ ରିଲିଜ କରିବାରେ ଅଛି ।
ସୂଚନା ମୁତାବକ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୬ର ନିଲାମୀ ପୂର୍ବରୁ ୫ ଷ୍ଟାର ଖେଳାଳୀଙ୍କୁ ରିଲିଜ କରିବ । ରିପୋର୍ଟରେ କୁହାଯାଇଛି କି ଏମଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ୩ ଭାରତୀୟ ଖେଳାଳୀ ଏବଂ ଦୁଇ ବିଦେଶୀ ଖେଳାଳୀଙ୍କୁ ରିଲିଜ କରିବାକୁ ଯାଉଛି । ଆଶ୍ଚର୍ଯ୍ୟର କଥା କି ଏହି ଲିଷ୍ଟରେ ବର୍ତ୍ତମାନ ସମୟର ଟି-୨୦ର ଧୁଆଁଧାର ଅଲରାଉଣ୍ଡର ସ୍ୟାମ କର୍ରନ ବି ସାମିଲ ଅଛନ୍ତି । ଚେନ୍ନାଇର ରିଲିଜ ଖେଳାଳୀଙ୍କ ଲିଷ୍ଟରେ ମିଡିଲ ଅର୍ଡ଼ର ବ୍ୟାଟର ଦୀପକ ହୁଡ୍ଡା, ଅଲରାଉଣ୍ଡର ବିଜୟ ଶଙ୍କର, ଟପ୍ ଅର୍ଡ଼ର ବ୍ୟାଟର ରାହୁଲ ତ୍ରିପାଠୀ, ଅଲରାଉଣ୍ଡର ସ୍ୟାମ କର୍ରନ ଏବଂ ଓପନର ଡେବୋନ କନ୍ବେ ସାମିଲ ଅଛନ୍ତି।