ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ? ସଂଧ୍ୟାରେ ଚିତ୍ର ଷ୍ପଷ୍ଟ କରିବ ବିଜେପି...

Published By : Ladu Kishor | February 19, 2025 5:03 PM

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡର ବୈଠକ ଆଜି (ବୁଧବାର) ସମାପ୍ତ ହୋଇଛି। ସନ୍ଧ୍ୟା ୭ଟାରେ ବିଧାୟକ ଦଳର ଏକ ବୈଠକ ହେବ। ଏହି ବୈଠକ ପୂର୍ବରୁ, ସୂଚନା ମିଳିଛି ଯେ ଚାରିଟି ନାମ ପ୍ରସ୍ତୁତ ହୋଇଛି, ଯେଉଁଥିରୁ ଜଣଙ୍କୁ ମୁକୁଟ ପିନ୍ଧାଯିବ। ନୂଆଦିଲ୍ଲୀ ବିଧାୟକ ପ୍ରବେଶ ବର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ସେହିଭଳି ରାଜୌରୀ ଗାର୍ଡେନ୍ ବିଧାୟକ ମନଜିନ୍ଦର ସିଂହ ସିରସାଙ୍କ ନାମ ମଧ୍ୟ ଦୌଡରେ ରହିଛି । ପଞ୍ଜାବ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି।

ତେବେ ଅନ୍ୟ ଦୁଇଟି ନାମ ହେଉଛି ଶାଲିମାର ବାଗ ବିଧାୟିକା ରେଖା ଗୁପ୍ତା ଏବଂ ରୋହିଣୀ ବିଧାୟକ ବିଜେନ୍ଦ୍ର ଗୁପ୍ତା। ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପୂର୍ବରୁ ଶପଥ ଗ୍ରହଣ ତାରିଖ ସ୍ଥିର ହୋଇଛି। ଶପଥ ଗ୍ରହଣ ଉତ୍ସବ ଫେବୃଆରୀ ୨୦ ଦିନ ସାଢେ ୧୨ଟା ରେ ଆରମ୍ଭ ହେବ। ପ୍ରଥମେ ମୁଖ୍ୟମନ୍ତ୍ରୀ ଏବଂ ତା'ପରେ କ୍ୟାବିନେଟ ସଦସ୍ୟ ମାନେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ପାଇଁ ଐତିହାସିକ ରାମଲୀଳା ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ତେବେ ସଂଧ୍ୟାରେ ହେବାକୁ ଥିବା ବିଧାୟକ ଦଳ ବୈଠକ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ବିଧାୟକ, ସାଂସଦ ଏବଂ କର୍ମୀଙ୍କ ଆଗମନ ଜାରି ରହିଛି। ଏଠାରେ ପହଞ୍ଚିଥିବା ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ, "ବିଜେପିର ଜାତୀୟ ନେତୃତ୍ୱ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇଥାଏ। ବିଜେପି ସରକାର ମହାନତାର ସହିତ ଗଠନ ହେବ। ଆମେ ସବୁକିଛି କରିବୁ ଯାହା ଦ୍ୱାରା କାହାର ଲୁହ ନ ଝରୁ ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟିବ।

ସୂଚନାଥାଉକି, ଦିଲ୍ଲୀରେ ଦିର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ ହେବାକୁ ଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.