ନୂଆଦିଲ୍ଲୀ,୧୭/୦୫; ଦିଲ୍ଲୀ-ଏନସିଆରର ସହରଗୁଡ଼ିକରେ ଆଜି ପୁଣି ଥରେ ସିଏନଜି ମୂଲ୍ୟ ବୃଦ୍ଧି କରାଯାଇଛି । ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ସିଏନଜି (Compressed natural gas) ମୂଲ୍ୟ ବୃଦ୍ଧି ହୋଇଛି । ୧ ଟଙ୍କା ବଢିଛି ସିଏନଜି ଦର । ଏହି ସଦ୍ୟତମ ବୃଦ୍ଧି ସହିତ, ଦିଲ୍ଲୀରେ ସିଏନଜି ମୂଲ୍ୟ ପ୍ରତି କିଲୋଗ୍ରାମ ୭୯.୦୯ରୁ ବ ୮୦.୦୯ ରେ ପହଞ୍ଚିଛି । ୨ ଦିନ ତଳେ ପୂର୍ବରୁ, ଗ୍ୟାସ କମ୍ପାନୀଗୁଡ଼ିକ ୨ ଟଙ୍କା ବଢାଇଥିଲେ ସିଏନଜି ଦର । ମାତ୍ର ତିନି ଦିନ ମଧ୍ୟରେ ସିଏନଜି ତିନି ଟଙ୍କା ମହଙ୍ଗା ହୋଇଛି ସିଏନଜି ।
ଦିଲ୍ଲୀରେ କିଲୋଗ୍ରାମ ପ୍ରତି ସିଏନଜିର ମୂଲ୍ୟ ୮୦.୦୯ ରେ ପହଞ୍ଚିଛି । ଗାଜିଆବାଦରେ ଏହି ମୂଲ୍ୟ ଏବେ ୮୮.୭୦ରେ ପହଞ୍ଚିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସିଏନଜିର ମୂଲ୍ୟ ୮୪ରେ ପହଞ୍ଚିଛି । ପିଏନଜି ଏବଂ ଘରୋଇ ସିଲିଣ୍ଡରର ମୂଲ୍ୟରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ । ସାଧାରଣ ଲୋକଙ୍କ ରୋଷେଇ ଘରକୁ ପାଇପ୍ ମାଧ୍ୟମରେ ଯୋଗାଣ ହେଉଥିବା ପ୍ରାକୃତିକ ଗ୍ୟାସ (PNG) ଏବଂ ଘରୋଇ ରୋଷେଇ ପାଇଁ ବ୍ୟବହୃତ ଏଲପିଜି ଗ୍ୟାସ ସିଲିଣ୍ଡର ଉଭୟର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏହା ବି ପଢନ୍ତୁ...Rajdhani Express Fire: ହୁତୁ ହୁତୁ ହୋଇ ଜଳିଗଲା ରାଜଧାନୀ ଏକ୍ସପ୍ରେସ୍ର ୨ଟି ଏସି କୋଚ୍: ଯାତ୍ରୀ ଛାନିଆ, ରେଳମାର୍ଗ ବନ୍ଦ
କାହିଁକି ମୂଲ୍ୟ ବୃଦ୍ଧି ପାଉଛି ? ଦେଶ ଏହାର ପ୍ରାକୃତିକ ଗ୍ୟାସ ଆବଶ୍ୟକତାର ୫୦% ରୁ ଅଧିକ ଆମଦାନୀ କରେ । ହୋର୍ମୁଜ ସଙ୍କଟ ପରେ, ଯୋଗାଣ ଅଭାବ ଏବଂ ଚାହିଦା ବୃଦ୍ଧି ଯୋଗୁଁ ଗ୍ୟାସ କମ୍ପାନୀଗୁଡ଼ିକ ପାଇଁ ଗ୍ୟାସ କ୍ରୟ ମହଙ୍ଗା ହୋଇଗଲା । କମ୍ପାନୀଗୁଡ଼ିକ କହିଛନ୍ତି ଯେ, ଯଦି ଏବେ ମୂଲ୍ୟ ବୃଦ୍ଧି କରାନଯାଏ, ତେବେ ସେମାନେ ବହୁତ କ୍ଷତି ସହିବେ । ଗ୍ରାହକଙ୍କ ଉପରେ ଖର୍ଚ୍ଚ ବୋଝ ଲଦି ହୋଇଯିବ । ଦିଲ୍ଲୀ-ଏନସିଆରରେ ଆଇଜିଏଲ୍ ସିଏନଜି ଏବଂ ପିଏନଜି ଗ୍ୟାସ ଏବଂ ମହାରାଷ୍ଟ୍ରରେ ଏମଜିଏଲ୍ ଯୋଗାଣ କରେ ।
ଗ୍ୟାସ ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ- ମଧ୍ୟପ୍ରାଚ୍ୟରେ ସଂଘର୍ଷ ତୀବ୍ର ହେଉଥିବାରୁ, ଏହାର ପ୍ରଭାବ ଏବେ ଶକ୍ତି ବଜାରର ଅନ୍ୟାନ୍ୟ ଅଂଶ ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ଅଶୋଧିତ ତେଲ ସହିତ, ଗ୍ୟାସ ଯୋଗାଣ ମଧ୍ୟ ଚାପଗ୍ରସ୍ତ ହୋଇଛି। ଇରାନ କାତାର ଉପରେ ଆକ୍ରମଣ ପରେ ଗ୍ୟାସ ଯୋଗାଣ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଭାରତ ଏହାର ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆମଦାନୀ ମାଧ୍ୟମରେ ପୂରଣ କରେ। ଦେଶ ପ୍ରାୟ ୫୦ ପ୍ରତିଶତ ଏଲଏନଜି ଏବଂ ୬୦ ପ୍ରତିଶତ ଏଲପିଜି ଆମଦାନୀ କରେ। ତେଣୁ, ଉପସାଗରୀୟ ଅଞ୍ଚଳରେ ଯୋଗାଣ ବାଧା ସିଧାସଳଖ ଭାରତ ଉପରେ ପ୍ରଭାବ ପକାଉଛି ।