ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ସ୍କୁଲ ପରେ ଏବେ କଲେଜକୁ ବୋମା ଧମକ; ୨୦ରୁ ଅଧିକ ମହାବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ୍

Published By : Anindita Ratha | August 28, 2025 12:59 PM

ନୂଆଦିଲ୍ଲୀ,୨୮/୦୮: ସ୍କୁଲ ପରେ ଏବେ କଲେଜରେ ବୋମା ଆତଙ୍କ। ଦିଲ୍ଲୀର ୨୦ଟି ମହାବିଦ୍ୟାଳୟକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ । ଏନେଇ ପୁଲିସ କଣ୍ଟ୍ରୋଲ ରୁମକୁ ସୂଚନା ମିଳିବା ପରେ ତଦନ୍ତ କରିଛି ପୁଲିସ । ସର୍ଚ୍ଚ ଅପରେସନ୍ ସମୟରେ କଲେଜ ଭିତରେ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ତେବେ ଇମେଲ୍ ପଠାଇଥିବା ବ୍ୟକ୍ତି ଭିପିଏନ୍ ବ୍ୟବହାର କରିଥିବା ନେଇ ପୁଲିସ ସନ୍ଦେହ କରୁଛି ।

ଗତ ୫ଦିନ ମଧ୍ୟରେ ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଛି । ଏବେ କଲେଜ ଏବଂ ହସ୍ପିଟାଲକୁ ବାରମ୍ବାର ଧମକ ମିିଳିବା ଘଟଣା ଏକ ଗମ୍ଭୀର ପ୍ରସଙ୍ଗ ପାଲଟିଛି । ଅଗଷ୍ଟ ୨୦ ତାରିଖରେ ମଧ୍ୟ ଦିଲ୍ଲୀର ୫୦ଟି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ନଜଫଗଡ଼, ମାଲବ୍ୟ ନଗର, ପ୍ରସାଦ ନଗର, କାରୋଲ ବାଗ ସମେତ ଅନେକ ଅଞ୍ଚଳର ସ୍କୁଲରେ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା, ଯାହା ଉପରେ ଦିଲ୍ଲୀ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।ସେହିପରି ୨୧ ଅଗଷ୍ଟରେ ଦିଲ୍ଲୀର ୬ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ପ୍ରସାଦ ନଗରର ଆନ୍ଧ୍ର ଏଜୁକେସନ୍ ସୋସାଇଟି ସିନିୟର ସେକେଣ୍ଡାରୀ ସ୍କୁଲ, ଦ୍ୱାରକା ସେକ୍ଟର-୫ରେ ଥିବା ବିଜିଏସ୍ ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲ, ଛାୱଲାର ରାଓ ମାନ ସିଂହ ସିନିୟର ସେକେଣ୍ଡାରୀ ସ୍କୁଲ, ଦ୍ୱାରକା ସେକ୍ଟର-୧ରେ ଥିବା ମ୍ୟାକ୍ସଫୋର୍ଟ ସ୍କୁଲ ଏବଂ ଦ୍ୱାରକା ସେକ୍ଟର-୧୦ରେ ଥିବା ଇନ୍ଦ୍ରପ୍ରସ୍ଥ ଇଣ୍ଟରନ୍ୟାସନାଲ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ସେହିପରି ପରଦିନ ଅର୍ଥାତ୍ ୨୨ ଅଗଷ୍ଟରେ, ଦିଲ୍ଲୀର ଦ୍ୱାରକା ସେକ୍ଟର-୭ ସମେତ ଅନ୍ୟୂନ ୧୦୦ ସ୍କୁଲକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.