ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପ୍ରଦୂଷଣ ବିରୋଧ ଲଢେଇରେ ସାମିଲ ହେବେ ୧୦ ହଜାର ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ଘୋଷଣା

Published By : Harapriya Biswal | October 28, 2024 7:31 PM

ନୂଆଦିଲ୍ଲୀ,୨୮।୧୦:  ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ବିରୋଧି ଲଗାତାର ଦିଲ୍ଲୀ ସରକାରଙ୍କୁ ଘେରିବାରେ ଲାଗିଛି। ଏବେ ଦିଲ୍ଲୀ ସରକାର ବଢୁଥିବା ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ବଡ଼ ପଦକ୍ଷେପ ଉଠାଇବାର ନିଷ୍ପତ୍ତି ନେଇଛି। ଦିଲ୍ଲୀ ସରକାର ପ୍ରଦୂଷଣ ବିରୋଧରେ ଲଢେଇ ପାଇଁ ଖୁବ୍ ଶୀଘ୍ର ବିଭିନ୍ନ ଏଜେନ୍ସି ସହ ୧୦ ହଜାର ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର ମୁତୟନ କରିବାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶି ସୋମବାର ଏହାର ଘୋଷଣା କରିଛନ୍ତି।

ଜାରି ବୟାନରେ କୁହାଯାଇଛି ଦିଲ୍ଲୀର ବସ୍‌ରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ୨୦୧୭-୧୮ ରୁ ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ବସ୍‌ରେ ବସ୍ ମାର୍ଶଲ ମୁତୟନ କରିଥିଲେ। ସେମାନେ ଦୁଇରୁ ତିନୋଟି ସିଫ୍ଟରେ କାମ କରୁଥିଲେ। ବସ୍‌‌ରେ ମହିଳାଙ୍କୁ କୌଣସି ପ୍ରକାର ସମସ୍ୟା ହେଲେ ତାକୁ ଦୂର କରିବାର ଦାୟିତ୍ବ  ବସ୍ ମାର୍ଶଲଙ୍କର ଥିଲା। କିନ୍ତୁ କେନ୍ଦ୍ର ଏପ୍ରିଲ ୨୦୨୩ ରେ ଏହି ବସ୍‌ ମାର୍ଶଲଙ୍କୁ ହଟାଇବାର ଷଡଯନ୍ତ୍ର କରିଥିଲେ। ଏପ୍ରିଲ ୨୦୨୩ରୁ ବେତନ ରୋକା ଯାଇଥିଲା। ଶେଷରେ ବସ୍ ମାର୍ଶଲର ସଂଘର୍ଷ ସଫଳ ହୋଇଥିଲା। କେନ୍ଦ୍ର ସରକାରଙ୍କୁ ସଂଘର୍ଷ ଆଗରେ ତାଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଲା। 

କିଛି ବସ୍ ମାର୍ଶଲଙ୍କୁ ପରିବହନ ବିଭାଗ  ସହ ମୁତୟନ କରାଯିବ, ଯେଉଁଥିରେ ତାଙ୍କୁ ଦିଲ୍ଲୀରେ ଯେଉଁ ପିୟୁସି କେନ୍ଦ୍ର ରହିଛି ସେଠାରେ ରାଉଣ୍ଡ ଦ କ୍ଲକ ଡ୍ୟୁଟି ଲଗାଯିବ। ଫଳରେ କୌଣସି ଗାଡିକୁ ଭୁଲ ଭାବରେ ପିୟୁସି ମିଳିପାରିବନି। ଯେଉଁ ବାହାନର ବୟସ ସମ୍ପୂର୍ଣ୍ଣ ହୋଇସାରିଛି ତାଙ୍କୁ ପିୟୁସି ମିଳିବନି। ବହୁତ ଗୁଡିଏ କଟକଣା ଏଥିରେ ରହିବ।  ଦିଲ୍ଲୀରେ ପ୍ରଦୂଷଣର ୧୩ ହଟସ୍ପଟ୍‌୍‌ ଓ ୨୭ ସ୍ଥାନକୁ ଚିହ୍ନଟ କରାଯାଇଛି। ସେଠାରେ ଏମ୍‌ଏସ୍‌ଡିର ଡିସି ସହ ବସ୍ ମାର୍ଶଲ ମୁତୟନ ରହିବେ। ପ୍ରଦୂଷଣ ସାଇଟ୍‌, ଖୋଲାରେ ଅଳିଆ ଫୋପାଡିବା, ବାହାରେ ଅଳିଆ ଜଲାଇବା ଓ ଯେଉଁଠି ଜେନେରେଟର ସେଟ୍‌ର ପ୍ରୟୋଗ କରାଯାଉଛି ସେଠାରେ ନଜର ରଖାଯିବ। ପ୍ରଦୂଷଣକୁ ଦୃଷ୍ଟିରେ ରଖି ସଚେତନ ଅଭିଯାନ ଆରମ୍ଭ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.