ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କେଜ୍ରିୱାଲଙ୍କ ଠାରୁ ହଜାରେ ଗୁଣ ଭଲ ଆତିଶୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଉପରାଜ୍ୟପାଳ ଭିକେ ସକ୍ସେନା

Published By : Prameya | November 22, 2024 6:55 PM

ନୂଆଦିଲ୍ଲୀ : ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଦିଲ୍ଲୀର ସିଏମ୍‌ଙ୍କୁ କଲେ ପ୍ରଶଂସା। ଏକ ସମାରୋହରେ ଏଲଜି ସିଏମ୍‌ ଆତିଶୀଙ୍କ ଆଡ଼କୁ ଅନେଇ କହିଛନ୍ତି ଯେ, ସେ ନିଜର ପୂର୍ବବର୍ତ୍ତୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ହଜାର ଗୁଣ ଭଲ। ଏଲଜି ଓ ଆପ୍‌ ସରକାର ମଧ୍ୟରେ ସମ୍ୱନ୍ଧକୁ ଦେଖି ଆତିଶୀଙ୍କର ପ୍ରଶଂସା କରିବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍‌ ନୁହେଁ।

ଇନ୍ଦିରା ଗାନ୍ଧୀ ଦିଲ୍ଲୀ ମହିଳା ଟେକ୍ନିକାଲ ବିଶ୍ୱବିଦ୍ୟାଳୟର ୭ମ କନଭୋକେସନ ସମାରୋହରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଆତିଶୀ , ଉଭୟ ପହଞ୍ଚି ଥିଲେ। ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି ଏଲଜି ଆତିଶୀଙ୍କର ପ୍ରଶଂସା କରିଛନ୍ତି। ଉପରାଜ୍ୟପାଳ କହିଛନ୍ତି, ଆତିଶୀ ନିଜର ପୂର୍ବବର୍ତ୍ତୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ହଜାର ଗୁଣ ଭଲ। ଉପରାଜ୍ୟପାଳ କହିଛନ୍ତି, ମୁଁ ଆଜି ଖୁସି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜଣେ ମହିଳା। ମୁଁ ବିଶ୍ୱାସର ସହ କହି ପାରିବି ଯେ, ସେ ନିଜର ପୂର୍ବବର୍ତ୍ତୀ ଠାରୁ ହଜାର ଗୁଣା ଭଲ। ଏହି ଟିପ୍ପଣୀ କରିବା ସମୟରେ ଉପରାଜ୍ୟପାଳ ଅତିଶୀଙ୍କ ଉପରେ ମଧ୍ୟ ନଜର ପକାଇଛନ୍ତି। 

ନିଜର ସମ୍ୱୋଧନରେ ଉପରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ଯେତେ ଯେତେ ଆପଣ ଆଗକୁ ବଢିଥାନ୍ତି, ଆପଣଙ୍କ ପାଖରେ ୪ଟି ଦାୟିତ୍ୱ ହୋଇଥାଏ। ପ୍ରଥମେ ଆପଣଙ୍କର ନିଜ ପ୍ରତି ଦାୟିତ୍ୱ , ୨ୟରେ ଆପଣଙ୍କ ମାତା-ପିତା ଓ ପରିବାର ପ୍ରତି ଆପଣଙ୍କର ଦାୟିତ୍ୱ ସମାଜ ଓ ରାଷ୍ଟ୍ର ନିର୍ମାଣ ପ୍ରତି। ସେ କହିଛନ୍ତି ଯେ ୪ର୍ଥ ଦାୟିତ୍ୱ ନିଜକୁ ଏମିତି ମହିଳା ଭାବେ ସାବ୍ୟସ୍ତ କରିବା , ଯିଏକି ଲିଙ୍ଗଗତ ବନ୍ଧନକୁ ଭାଙ୍ଗି ଦେଇଛନ୍ତି। ଏକ ଏମିତି ମହିଳା ଯିଏ ସବୁ କ୍ଷେତ୍ରରେ ଅନ୍ୟର ବରାବର ଠିଆ ହୋଇଛନ୍ତି। 

ଉଲ୍ଲେଖନୀୟ ଯେ ଦିଲ୍ଲୀର ଉପରାଜ୍ୟପାଳ ଓ ଆପ୍‌ ସରକାରଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ସାମ୍ନାକୁ ଆସିଥାଏ । ଏହି ସ୍ଥିତିରେ ଉପରାଜ୍ୟପାଳଙ୍କ ଦ୍ୱାରା ଆତିଶୀଙ୍କ ପ୍ରଶଂସା କରିବା କୌଣସି ଆଶ୍ଚର୍ଯ୍ୟକର କଥା ଠାରୁ କମ୍‌ ନୁହେଁ । କେଜ୍ରିୱାଲଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆପ୍‌ ସରକାର ଓ ଉପରାଜ୍ୟପାଳ ଅନେକ ମାମଲା ଉପରେ ପରସ୍ପର ମୁହାଁ ମୁହିଁ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.