ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀରେ ଲାଗୁ ହେଲା ମହିଳା ସମୃଦ୍ଧି ଯୋଜନା, କ୍ୟାବିନେଟ୍ ଲଗାଇଲେ ମୋହର: ଜାଣନ୍ତୁ କେବେ ହେବ ପଞ୍ଜିକରଣ ?

Published By : Harapriya Biswal | March 8, 2025 6:51 PM

ନୂଆଦିଲ୍ଲୀ,୮।୩:  ଦିଲ୍ଲୀରେ ଆର୍ଥିକ ରୂପରେ ଦୁର୍ବଳ ବର୍ଗର ମହିଳାଙ୍କୁ ପ୍ରତିମାସ ୨,୫୦୦ ଟଙ୍କା ଦେଉଥିବା ‘ମହିଳା ସମୃଦ୍ଧି ଯୋଜନା’ ଲାଗୁ ହୋଇଯାଇଛି। ଏହାର ଘୋଷଣା ଶନିବାର ମହିଳା ଦିବସ ଅବସରରେରେ ଜବାହର ଲାଲ ନେହରୁ ଷ୍ଟାଡିୟମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଠ୍ଠର କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ କ୍ୟାବିନେଟ୍‌ରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଯାଇଛି। ଏହା ଦିଲ୍ଳୀରେ ତୁରନ୍ତ ଳାଗୁ ହେବ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ କ୍ୟାବିନେଟ୍ ବୈଠକରେ ଯୋଜନା ପାଇଁ ୫୧୦୦ କୋଟି ଟଙ୍କାର ନିଧିକୁ ମଞ୍ଜୁରୀ ଦେଇଛନ୍ତି। ଯୋଜନାର ଘୋଷଣା ହୋଇସାରିଛି, ତେବେ ରେଜିଷ୍ଟେ୍ରସନ୍‌ର ଅଫିସିଆଲ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ କହାଯାଉଛି ଯେ, ଖୁବ୍ ଶୀଘ୍ର ଏହାର ଘୋଷଣା ହୋଇପାରେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା କହିଛନ୍ତି, ଆଜି ମହିଳା ଦିବସର ସୁନ୍ଦର ଅବସର ରହିଛି। ଏହାକୁ ଧ୍ୟାନର ରଖି କ୍ୟାବିନେଟ୍‌ ବୈଠକରେ ମହିଳା ସମ୍ପୃଦ୍ଧି ଯୋଜନା ଯାହାକୁ ଆମ୍ବେ ପ୍ରତିଶୃତି ଦେଇଥିଲା। ଏବେ ତାକୁ ଆପ୍ରୁଭ କରିଦେଇଛି। ସରକାର ଯୋଜନା ପାଇଁ ବଜେଟ୍‌ରେ  ୫୧୦୦ କୋଟି ଟଙ୍କାର ନିୟମ ରହିଛି। ଦିଲ୍ଲୀରେ ଗରିବ ଭଉଣୀଙ୍କ ଯୋଜନାର ଲାଭ ମିଳିବ ସେଥିପାଇଁ ଏକ କମିଠି ଗଠନ କରାଯାଇଛି। ଏହି କମିଟିରେ ମୁଁ ଅଧ୍ୟକ୍ଷ ରହିଛି। ଏଥିପରେ ଓ କପିଲ ମିଶ୍ର, ଆଶିଷ ସୁଦ ଓ ପ୍ରବେଶ ବର୍ମା ମଧ୍ୟ ଅଛନ୍ତି। ଖୁବ୍ ଶୀଘ୍ର ଏକ ପୋର୍ଟାଲ ଲଞ୍ଚ କରାଯିବ। ଯୋଜନା ସମ୍ପର୍କିତ ଟର୍ମସ୍ ଆଣ୍ଡ କଣ୍ଡିସନ୍ ଜାରି କରିବ। ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ଉଭୟ ସରକାର କରିବେ।

ଦିଲ୍ଳୀରେ ୨୧-୬୦ ବର୍ଷର ମହିଳା ଯାହାଙ୍କ ବାର୍ଷକି ଆୟ ୨.୫ ଲକ୍ଷରୁ କମ୍ ରହିଛି, ତାଙ୍କୁ ଯୋଜନାର ପ୍ରସ୍ତାବ ଅନୁସାରେ, ୨୫୦୦ ଟଙ୍କାର ମାସିକ ସହାୟତା ମିଳିବ। ଯଦି କେହି ମହିଳାଙ୍କୁ ପୂର୍ବରୁ କୌଣସି ଯୋଜନାର ଲାଭ ପାଉଛନ୍ତି, ତାଙ୍କୁ ଲାଭ ମିଳିବନି। ଏହାଛଡା ପରିବାର ଜଣେ ମହିଳା ଏହାର ପାତ୍ର ହେବ। ପାର୍ଟି ସାଂସଦ ମନୋଜ ତିଓ୍ବାରୀ ନିକଟରେ କହିଛନ୍ତି, ଯୋଜନା ପାଇଁ ପଞ୍ଜିକରଣ ପକ୍ରିୟା ୮ ମାର୍ଚ୍ଚରୁ ଆରମ୍ଭ ହେବ। ତେବେ ଆଜି ଏହାର ଘୋଷଣା କରାଯାଇ ନାହିଁ। କୁହାଯାଉଛି ଯେ, ଖୁବ୍ ଶୀଘ୍ର ଯୋଜନାକୁ ନେଇ ପଞ୍ଜିକରଣ ଆରମ୍ଭ ହେବ। ତେବେ ଆଜି ଏହାର ଘୋଷଣା କରାଯାଇଡ଼ି। କୁହାଯାଉଛି ଯେ, ଖୁବ୍ ଶୀଘ୍ର ଯୋଜାନାକୁ ନେଇ ପଞ୍ଜିକରଣ ଆରମ୍ଭ ହେବ।

ଯୋଜନାର ଲାଭ ନେବା ପାଇଁ ଆବେଦନକାରୀଙ୍କ ପାଖରେ ଆଧାର କାର୍ଡ, ରାସନ୍ କାର୍ଡ, ଘର ପ୍ରମାଣ ପତ୍ର, ଆୟର ସାର୍ଟିଫିକେସନ୍ ଓ ମୋବାଇଳ ନମ୍ବର ଭଳି ଜିନିଷ ରହିବା ଦରକାର। ପୋର୍ଟାଲକୁ ଆଧାରରୁ ଲିଙ୍କ କରାଯିବ। ଏଭଳି ସ୍ଥିତି କୌଣସି ପ୍ରକାର ଭୁଲ ସୂଚନା ଦେଇଥିବା ଆପ୍ଲିକେସନ୍‌କୁ କ୍ୟାନସେଲ୍ କରି ଦିଆଯିବ। ଯଦି ଆପଣ ଅନ୍ୟ କୌଣସି ରାଜ୍ୟର ବାସିନ୍ଦା ତେବେ ଆପଣଙ୍କୁ ଅତି କମ୍‌ରେ ୫ ବର୍ଷ ହେବ ଦିଲ୍ଳୀର ନିବାସୀ ହେବା ଦରକାର, ସବୁ ଯୋଜନାର ଲାଭ ମିଳିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.