ନୂଆଦିଲ୍ଲୀ,୧୩/୦୧: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଶିଖ୍ ଗୁରୁଙ୍କୁ ଅପମାନ ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଳ ମିଶ୍ର ବିଧାନସଭା ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କୁ ପଳାତକ ଏବଂ ଭୁଲ କରି ନିଖୋଜ ହୋଯାଇଥିଲା କହିଛନ୍ତି । ଏହା ସହିତ ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଆତିଶୀଶଙ୍କ ଫଟୋରେ ଲେଖା ଅଛି ନିଖୋଜ ଆତିଶୀ । କେଉଁଠି ଆତିଶୀ ?
ସାମ୍ବାଦିକ ସମ୍ମିଳନୀରେ ଶିଖ୍ ଗୁରୁଙ୍କ ଆପ୍ ଅପମାନ କରୁଥିବା ଅଭିଯୋଗ ଆଣି ଆତିଶୀ ନିଖୋଜ ଲେଖାଥିବା ଏକ ଫଟୋ ଧରି ମନ୍ତ୍ରୀ କପିଳ ମିଶ୍ର କହିଛନ୍ତି, ''ଯିଏ ଭୁଲ କଲେ ସେ ଫେରାର ଅଛନ୍ତି । ନିଖୋଜ ଅଛନ୍ତି । ତାଙ୍କର ସାହସ ନାହିଁ ବିଧାନସଭାର ସାମ୍ନା କରିବାକୁ । ବାରମ୍ବାର ବିଧାନସଭା ଅଧ୍ୟକ୍ଷ ତାଙ୍କୁ ଡାକିଲେ ହେଲେ ସେ ଆସିଲେ ନାହିଁ କାରଣ ତାଙ୍କର ସାହସ ନଥିଲା । ଜନତା, କ୍ୟାମେରାର ସମ୍ନା କରିବାକୁ ତାଙ୍କର ସାହସ ନାହିଁ । ସେ ନିଜକୁ ନିଜ ଗାଏବ କରି ଦେଇଛନ୍ତି ।''
Delhi Minister Kapil Mishra tweets, "The one who committed the crime is absconding and missing..." pic.twitter.com/D4tw4S48fw
— ANI (@ANI) January 13, 2026
କପିଲ ମିଶ୍ର ଆମ ଆଦମୀ ପାର୍ଟି ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଏକତାର ଅଭାବକୁ ମଧ୍ୟ ସମାଲୋଚନା କରିଥିଲେ । ରବିବାର ଆପ୍ର ପ୍ରତିବାଦ ସମ୍ପର୍କରେ ସେ କହିଥିଲେ ଯେ ଅତିଶୀଙ୍କ ସହ କେବଳ ଜଣେ ବିଧାୟକଙ୍କୁ ଦେଖାଯାଇଥିଲା, ଯେତେବେଳେ ଅନ୍ୟ ସମସ୍ତ ବିଧାୟକ ଅନୁପସ୍ଥିତ ଥିଲେ । ଏହା ପ୍ରମାଣ କରେ ଯେ ଦଳ ଭିତରେ ମଧ୍ୟ ତାଙ୍କ ବକ୍ତବ୍ୟ ପ୍ରତି ସମର୍ଥନ ହ୍ରାସ ପାଉଛି ।
କପିଲ ମିଶ୍ର କହିଛନ୍ତି ଯେ, ୬ ତାରିଖରେ ଦିଲ୍ଲୀ ବିଧାନସଭାରେ ଗୁରୁ ତେଗ ବାହାଦୁର ଜୀ, ଭାଇ ସତୀଦାସ ଜୀ, ଭାଇ ମାଟିଦାସ ଜୀ ଏବଂ ଭାଇ ଦୟାଲା ଜୀଙ୍କ ସହିଦ ହେବାର ୩୫୦ତମ ବାର୍ଷିକୀ ଉପରେ ଆଲୋଚନା ସମୟରେ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଥିଲା । ବିରୋଧୀ ଦଳ ନେତା ଆତିଶୀଙ୍କ ଦ୍ୱାରା କୁହାଯାଇଥିବା ଶବ୍ଦଗୁଡ଼ିକ ଅସମ୍ମାନଜନକ, ପାପପୂର୍ଣ୍ଣ ଏବଂ ଅନୁଚିତ ଥିଲା । ଏହି ଘଟଣା ପରେ, ଆତିଶୀ ଗଣମାଧ୍ୟମ, ଜନସାଧାରଣ ଏବଂ ବିଧାନସଭାରେ ଅନୁପସ୍ଥିତ ରହିଥିଲେ । ବାଚସ୍ପତିଙ୍କ ଦ୍ୱାରା ବାରମ୍ବାର ସମନ ଜାରି ସତ୍ତ୍ୱେ, ସେ ତାଙ୍କର ସ୍ଥିତି ସ୍ପଷ୍ଟ କରିବା ପାଇଁ ଗୃହରେ ଉପସ୍ଥିତ ହୋଇ ନଥିଲେ ।