ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଦିଲ୍ଲୀ-ଏନସିଆରରେ ଖୋଲିବ ସ୍କୁଲ, ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ଚାଲିବ ପାଠପଢ଼ା

Published By : Anindita | November 26, 2024 8:48 AM

ନୂଆଦିଲ୍ଲୀ,୨୬/୧୧: ସୁଧୁରୁଛି ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ଥିତି । ଯାହାକୁ ନେଇ ସ୍କୁଲ ଖୋଲିବାକୁ ଅନୁମତି ଦେଇଛି CAQM ।  ଏହା ସହିତ ଅନଲାଇନ୍ ମୋଡରେ ମଧ୍ୟ ଅଧ୍ୟୟନ ଜାରି ରହିବ ବୋଲି ବ୍ୟବସ୍ଥା କରାଯାଇଛି। ଯେଉଁ  ଛାତ୍ରମାନେ ଏପରି ପରିସ୍ଥିତିରେ ବିଦ୍ୟାଳୟକୁ ଆସିବାକୁ ଇଚ୍ଛା କରନ୍ତି ନାହିଁ ସେମାନେ ଘରେ ରହି ପଢିପାରିବେ ପାଠ। ଏନେଇ ଦିଲ୍ଲୀ ଏନସିଆର  ସ୍କୁଲଗୁଡ଼ିକରେ ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ପାଠ ପଢିପାରିବେ ପିଲା । 

ନିକଟରେ ଦିଲ୍ଲୀ ଏନସିଆରରେ AQI ୪୬୦ ଅତିକ୍ରମ କରିଥିଲା । ଯାହା ପରେ ଦିଲ୍ଲୀ ଏନସିଆରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଏବଂ ଅନଲାଇନ୍ ଅଧ୍ୟୟନ ଆରମ୍ଭ କରିବାକୁ CAQM ନିର୍ଦ୍ଦେଶ ଦେଇଥିଲା। ତେବେ ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ହ୍ରାସକୁ ଦୃଷ୍ଟିରେ ରଖି ସୋମବାର ବିଳମ୍ବିତ ରାତିରେ ସ୍କୁଲଗୁଡ଼ିକୁ ଅଫଲାଇନ ମୋଡରେ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି  ରାଜ୍ୟ ସରକାର ନିଷ୍ପତ୍ତି ନେବେ ଯେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଫଲାଇନ ପାଠପଢା ହେବ କି ନାହିଁ। ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ। ସେହିପରି ଅନ୍ୟପଟେ  ଉତ୍ତରପ୍ରଦେଶ ସରକାର ଏନସିଆରର ନୋଏଡା ଏବଂ ଗାଜିଆବାଦ ବିଷୟରେ ନିଷ୍ପତ୍ତି ନେବେ ଏବଂ ଗୁରୁଗ୍ରାମ-ଫରିବାଦ ବିଷୟରେ ହରିୟାଣା ସରକାର ନିଷ୍ପତ୍ତି ନେବେ। CAQM ର ନିର୍ଦ୍ଦେଶ ଅନୁଯାୟୀ, ଛାତ୍ର ଏବଂ ଅଭିଭାବକମାନଙ୍କୁ ମଧ୍ୟ ଅନଲାଇନ୍ ମୋଡରେ ଶିକ୍ଷାର ବିକଳ୍ପ ପ୍ରଦାନ କରିବାକୁ ପଡିବ ।ଏଥିରୁ ସ୍ପଷ୍ଟ ହୋଇଛି ଯେ ଯଦି ପ୍ରଦୂଷଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରମାନେ ବିଦ୍ୟାଳୟକୁ ଆସିବାକୁ ଚାହୁଁ ନାହାଁନ୍ତି, ତେବେ ସେମାନେ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.