• ଗଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
  • ପ୍ରଥମ ଥର ଏଆଇ ଭିଡ଼ିଓର ବ୍ୟବହାର
  • ସୁରକ୍ଷା କର୍ମିଙ୍କ ପାଇଁ ସଟଲ ବସ୍ ସେବା

ନୂଆଦିଲ୍ଲୀ : ଆଉ ଅଳ୍ପ ଦିନ ରହିଲା ଦେଶ ପାଳିବ ୭୭ତମ ଗଣତନ୍ତ୍ର ଦିବସ। ଉକ୍ତ ଦିବସ ଓ ବିଟିଂ ରିଟ୍ରିଟ୍ ସମାରୋହ ପାଇଁ ଦିଲ୍ଲୀ ଟ୍ରାଫିକ୍ ପୁଲିସ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରିଛି। ଆଉ ଏହାକୁ ଦୃଷ୍ଟିରେ ରଖି ଆଧୁନିକ ଉପାୟ ଆପଣାଇଛି। ପ୍ରଥମ ଥର ପାଇଁ , ଲୋକମାନଙ୍କୁ AI-ଭିତ୍ତିକ ଭିଡିଓ ମାଧ୍ୟମରେ ପାକିଂ ଏବଂ ରୁଟ୍ ବିଷୟରେ ସୂଚନା ପ୍ରଦାନ କରା ଯାଉଛି । ଏହାସହ ସମାରୋହ ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏକ କାର-କଲିଙ୍ଗ୍ ସିଷ୍ଟମ୍ ଆରମ୍ଭ କରାଯାଇଛି। ଏହା ସାହାଯ୍ୟରେ ଏହି ଲାଉଡସ୍ପିକର ମାଧ୍ଯମରେ ଯାନବାହାନଗୁଡ଼ିକୁ ଘଟଣାସ୍ଥଳକୁ ଡକା ଯିବ। ଗୁଗୁଲ୍ ମ୍ୟାପ୍‌ରେ ସାହାଯ୍ୟ ମଧ୍ୟ ନିଆ ଯାଉଛି ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଏକ ସଟଲ୍ ସେବା ମଧ୍ୟ ଉପଲବ୍ଧ କରାଯାଇଛି। ସହାୟତା କେନ୍ଦ୍ର ଗୁଡ଼ିକର ସଂଖ୍ୟା ମଧ୍ୟ ୧୨ କୁ ବୃଦ୍ଧି କରାଯାଇଛି।

ଶରିଫଙ୍କର ନାତିଙ୍କ କନ୍ୟା ପିନ୍ଧିଥିଲେ ଭାରତୀୟ ଡିଜାଇନରଙ୍କ ଲେହେଙ୍ଗା , ପାକିସ୍ତାନରେ ମାହୋଲ ସରଗରମ

ଟ୍ରାଫିକ୍ ପୁଲିସ ପ୍ରଥମ ଥର ପାଇଁ AI ଭିଡିଓ ବ୍ୟବହାର କରି, ବିସ୍ତୃତ ଆନିମେଟେଡ୍ ଭିଡିଓ ତିଆରି କରିଛି। ଯେଉଁଥିରେ ପ୍ରଥମ ଥର ପାଇଁ, ଅତିଥିମାନଙ୍କ ଆଗମନ, ଓହ୍ଲାଇବା ଏବଂ ପାକିଂର ପୂରା ଯୋଜନାକୁ ଦେଖାଯାଇଛି। ଅଧିକାରୀଙ୍କ ଅନୁସାରେ, ଏହି ଭିଡିଓ ଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଆଗନ୍ତୁକମାନଙ୍କୁ ରୁଟ୍ ଏବଂ ପାକିଂ ବ୍ୟବସ୍ଥା ବିଷୟରେ ପୂର୍ବରୁ ସୂଚନା ଦେବା।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁସାରେ, ଏହି ଭିଡିଓଗୁଡ଼ିକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟରେ ଦେଖି ପାରିବେ ଏବଂ ଅତିଥିମାନେ ସେଗୁଡ଼ିକୁ ପାକିଂ ପାସରେ ଦିଆଯାଇ ଥିବା QR କୋଡ୍‌କୁ ସ୍କାନ କରି ମଧ୍ୟ ଦେଖି ପାରିବେ। ଏହି ସବୁ ଭିଡିଓ ଗୁଡ଼ିକରେ କାର୍ଯ୍ୟକ୍ରମ ଦିନ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା, ଓହ୍ଲାଇବା ଏବଂ ପାକିଂ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ବୁଝାଇ ଦିଆଯାଇଛି।

ଗାଡ଼ି ନରହି କଟିବ ଟୋଲ୍ ... ଏବେ ଏହି ପ୍ଲାଜାରେ ଆରମ୍ଭ ହେବ ହାଇଟେକ୍ ଫ୍ରି ଫ୍ଲୋ ସିଷ୍ଟମ