ନୂଆଦିଲ୍ଲୀ,୩୦।୧୧: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଏକ ଇଣ୍ଟର ନ୍ୟାସନାଲ ଓ ଅନ୍ତଃରାଜ୍ୟ ପାକିସ୍ତାନ ସମର୍ଥିତ ଗ୍ୟାଙ୍ଗଷ୍ଟରରୁ ଟେରର ମଡ୍ୟୁଲର ପର୍ଦାଫାଶ କରିଛି। ଏହି ମଡ୍ୟୁଲର ମୁଖ୍ୟ ଥିଲା ଶହଜାଦ ଭଟ୍ଟି, ଯିଏକି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଇଶାରାରେ କାମ କରୁଥିଲା। ପୁଲିସ ୟୁପି, ଏମପି ଓ ପଞ୍ଜାବରୁ ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି।

ସ୍ପେଶାଲ ସେଲ୍‌ ଆଣ୍ଟି ଟେରର ମଡ୍ୟୁଲ ଗୁଇନ୍ଦା ଏଜେନ୍ସି ଇନପୁଟ୍ ଆଧାରରେ ଏହି ମଡ୍ୟୁଲର ପର୍ଦାଫାଶ କରିଛି। ଗିରଫ ଆତଙ୍କବାଦୀ ପଞ୍ଜାବ ସହ ଜଡିତ ସନ୍ଦିଗ୍ଧ ମୁଖ୍ୟ ରହିଛି, ଯିଏକି ଗ୍ୟାଙ୍ଗଷ୍ଟର ନେଟଓ୍ବର୍କ ଜରିଆରେ ହତିଆର ଓ ବିସ୍ଫୋରକ ତସ୍କରି କରୁଥିଲା। ମଡ୍ୟୁଲର ଅନ୍ୟ ସଦସ୍ୟ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ମୁରାଦାବାଦ ତଥା ମଧ୍ୟ ପ୍ରଦେଶରୁ  ଧରାପଡିଛି। ପୋଲିସର ସୂଚନା ଅନୁସାରେ, ଗିରଫ ହୋଇଥିବା ସବୁ ଅଭିଯୁକ୍ତ ଶହଜାଦ ଭଟ୍ଟି ଟେରର ମଡ୍ୟୁଲର ନେତୃତ୍ବରେ କାମ କରୁଥିଲା, ଯାହାକି ପାକିସ୍ତାନରୁ ପରିଚାଳିତ ହେଉଛି।

ପୁଲିସକୁ ଯାଞ୍ଚ ବେଳେ ଜଣାପଡିଛି ମଡ୍ୟୁଲ ପାକିସ୍ତାନୀ ହାଣ୍ଡେଲରଙ୍କ ସମ୍ପର୍କରେ ଥିଲା। ଅଭିଯୁକ୍ତ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଆଇଏସ୍ଆଇଠାରୁ ନିର୍ଦେଶ ପାଉଥିଲା। ଦିଲ୍ଲୀ-ଏନସିଆରରେ ବିସ୍ପୋରକ ଆକ୍ରମଣର ଯୋଜନା କରୁଥିଲା। ପୁଲିସକୁ ସନ୍ଦେହ ରହିଛି ଯେ, ନେଟଓ୍ବର୍କ ପଞ୍ଜାବ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ଯୁବପୀଢିଙ୍କୁ ଭର୍ତ୍ତି କରୁଥିଲା। ଶାହଜାଦ ଭଟ୍ଟି ନିକଟରେ ପଞ୍ଜାବର ଜଣେ ବିଜେପି ନେତାଙ୍କ ଘର ବାହାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ସମ୍ପୃକ୍ତ ଥିଲା। ଏହି ମଡ୍ୟୁଲ୍ ବିଷ୍ନୋଇ ଗ୍ୟାଙ୍ଗ୍ ଏବଂ ବବର ଖାଲସା ଇଣ୍ଟରନ୍ୟାସନାଲ୍ (BKI) ଭଳି ସଂଗଠନ ସହିତ ମିଳିତ ଭାବରେ କାମ କରୁଥିଲା, ଯାହାକୁ ପୂର୍ବରୁ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ବର୍ତ୍ତମାନ ଆଇଏସ୍ଆଇର ଚାପରେ, ଏହି ଗୋଷ୍ଠୀଗୁଡ଼ିକ ହାଇବ୍ରିଡ୍ ବିପଦ ସୃଷ୍ଟି କରିବା ପାଇଁ ଏକତ୍ରିତ ହେଉଛନ୍ତି।