ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀରେ ବୋମା ଆତଙ୍କ; ୫ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍, ଭୟରେ ଅଭିଭାବକ

Published By : Anindita Ratha | August 21, 2025 10:40 AM

ନୂଆଦିଲ୍ଲୀ,୨୧/୦୮: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବୋମା ଧମକ । ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଆସିଛି ଧମକପୂର୍ଣ୍ଣ ମେସେଜେ। ଦିଲ୍ଲୀର ୫ଟି ସ୍କୁଲକୁ ଇମେଲ୍ ଜରିଆରେ ମେସେଜେ ଆସିଛି  ।  ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ପ୍ରସାଦ ନଗର ଦ୍ୱାରକା ସେକ୍ଟର-୫ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍କୁଲକୁ ଧମକ ମିଳିଛି । ଏନେଇ ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଗତକାଲି ଦିଲ୍ଲୀର ପ୍ରାୟ ୫୦ଟି ସ୍କୁଲକୁ ବୋମା ଧମକ ମିଳିଥିଲା।

ସୂଚନା ଅନୁଯାୟୀ, ଦ୍ୱାରକା ସେକ୍ଟର-୫ରେ ଅବସ୍ଥିତ ବିଜିଏସ୍ ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲ ସମେତ ୫ଟି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସ୍କୁଲ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏନେଇ ଅଗ୍ନିଶମ ବିଭାଗ ସ୍କୁଲଗୁଡ଼ିକୁ ବିପଦ ସମ୍ପର୍କରେ ସଦ୍ୟତମ ସୂଚନା ଦେଇଛି। ଯେଉଁଥିରେ କୁହାଯାଇଛି ଯେ ପ୍ରସାଦ ନଗରରେ ଅବସ୍ଥିତ ଆନ୍ଧ୍ର ଏଜୁକେସନ୍ ସୋସାଇଟି ସିନିୟର ସେକେଣ୍ଡାରୀ ସ୍କୁଲ, ଦ୍ୱାରକା ସେକ୍ଟର ୫ରେ ଅବସ୍ଥିତ ବିଜିଏସ୍ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ, ଛାୱଲାରେ ଅବସ୍ଥିତ ରାଓ ମାନ ସିଂହ ସିନିୟର ସେକେଣ୍ଡାରୀ ସ୍କୁଲ, ଦ୍ୱାରକା ସେକ୍ଟର ୧ରେ ଅବସ୍ଥିତ ମ୍ୟାକ୍ସଫୋର୍ଟ ସ୍କୁଲ ଏବଂ ଦ୍ୱାରକା ସେକ୍ଟର ୧୦ରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଇଣ୍ଟରନ୍ୟାସନାଲ୍ ସ୍କୁଲ ସମେତ ୫ଟି ସ୍କୁଲକୁ ଆଜି ସକାଳେ ବୋମା ଧମକ ମିଳିଛି । ପ୍ରକାଶ ଥାଉକି, ଗତ କିଛି ଦିନ ମଧ୍ୟରେ, ଦିଲ୍ଲୀର ସ୍କୁଲ ଏବଂ କଲେଜଗୁଡ଼ିକୁ ଧମକପୂର୍ଣ୍ଣ ମେଲ୍ ପଠାଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ୨୦ ଅଗଷ୍ଟ ୨୦୨୫ରେ, କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ଦିଲ୍ଲୀର ୫୦ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ରିପୋର୍ଟ ଅନୁସାରେ, ସକାଳ ୭ଟା ୪୦ରେ ଏବଂ ତା'ପରେ ସକାଳ ୭ଟା ୪୨ ରେ ଦୁଇଟି ସ୍କୁଲକୁ ଧମକ ମିଳିଥିଲା। ଏହାପରେ ପୁଲିସ ଟିମ୍ ଏବଂ ଏଜେନ୍ସିଗୁଡ଼ିକ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.