ନୂଆଦିଲ୍ଲୀ,୮/୨ : ଦିଲ୍ଲୀ ୟୁନିଭର୍ସିଟିର ଶ୍ରୀରାମ କଲେଜ ଅଫ କମର୍ସର ଶତାଦ୍ଦୀ ସମାରୋହ କାରଣରୁ ରବିବାର ଦିନ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନର୍ଥ କ୍ୟାମ୍ପସର ଆଖପାଖର କେତେକ ପ୍ରମୁଖ ରାସ୍ତା ଉପରେ ଯାତାୟତ ପ୍ରଭାବିତ ରହିବ । ଦିଲ୍ଲୀ ଟ୍ରାଫିକ ପୁଲିସ ଏକ ଆଡ଼ଭାଇଜରୀ ଜାରି କରିଛି । ପ୍ରଭାବିତ ରାସ୍ତାର ଛତ୍ର ମାର୍ଗ, ୟୁନିଭର୍ସିଟି ମାର୍ଗ, ସୁଧୀର ବୋସ ମାର୍ଗ, ଗୁରୁ ତେଗ ବହାଦୂର ମାର୍ଗ ଏବଂ ମଲ୍ ରୋଡ଼ ସାମିଲ ରହିଛି ।

ଏହି ଆଡ଼ଭାଇଜରରେ କୁହାଯାଇଛି କି, ଏହି ରାସ୍ତା ଦେଇ କରୁଥିବା ଯାତ୍ରୀମାନେ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରୁ ବର୍ତ୍ତିକି ରହିବେ । ପୁଲିସ କହିଛି କି ୟୁନଭର୍ସିଟି ଅଞ୍ଚଳ ସହ ଯୋଡ଼ି ହୋଇଥିବା ଛକଗୁଡ଼ିକ ମଧ୍ୟରେ ସେଣ୍ଟ ଷ୍ଟିଫେନ୍ସ କଲେଜ, ହିନ୍ଦୁ କଲେଜ, କ୍ରାନ୍ତି ଚୌକ, ପଟେଲ ଚେଷ୍ଟ ଏବଂ ମଲ୍ ରୋଡ଼ ସାମିଲ୍ ରହିଛି । ଯେଉଁଠାରେ ଆବଶ୍ୟକତା ଅନୁସାରେ ଟ୍ରାଫିକକୁ ଡାଇଭର୍ଟ କରାଯିବ।