ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀର ବିଜେପି ବିଧାୟକଙ୍କୁ ମିଳିଲା ଖାସ୍‌ କୋଡ୍‌, NM-48ର ଅର୍ଥ କ’ଣ ?

Published By : Tapas Panda | March 3, 2025 11:09 PM

Image Courtesy: abplive

ନୂଆଦିଲ୍ଲୀ: ଚଳଚ୍ଚିତ୍ରରେ ଚରିତ୍ରମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରାୟତଃ ଏକ 'ବ୍ୟାଜ୍ ନମ୍ବର' ବ୍ୟବହାର କରାଯାଏ । କିନ୍ତୁ ଦିଲ୍ଲୀ ବିଧାନସଭାରେ ଆଲୋଚନାର ବିଷୟ ପାଲଟିଛି ବ୍ୟାଜ୍‌ ନମ୍ବର - NM48 । ଏହି ବ୍ୟାଜ୍ ସମସ୍ତ ୪୮ ଜଣ ବିଜେପି ବିଧାୟକଙ୍କ ଛାତିରେ ଦୃଶ୍ୟମାନ ହୋଇଛି ।  ଯାହା ରାଜନୈତିକ ମହଲରେ ବହୁତ କୌତୁହଳ ସୃଷ୍ଟି କରିଛି । ଯେତେବେଳେ ଏନେଇ ବିଜେପି ବିଧାୟକମାନଙ୍କୁ ପଚରା ଯାଇଥିଲା, ସମସ୍ତେ ଗର୍ବର ସହିତ କହିଛନ୍ତି  NM48 ର ଅର୍ଥ 'ନରେନ୍ଦ୍ର ମୋଦୀ' ଏବଂ '୪୮ ବିଧାୟକ' । 

ଏହି ବ୍ୟାଜ୍ ପିନ୍ଧି ଦିଲ୍ଲୀର ସମସ୍ତ ୪୮ ଜଣ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବୋଲି ବାର୍ତ୍ତା ଦେଇଛନ୍ତି । ଦିଲ୍ଲୀ ବିଧାନସଭାରେ ପଟେଲ ନଗରର ବିଜେପି ବିଧାୟକ ସଞ୍ଜୟ ଗୋୟଲ କହିଛନ୍ତି ଯେ ଏହା ହେଉଛି ୪୮ ଜଣ ବିଧାୟକଙ୍କର ମୋଦୀ ୱାଲି ସେନା । ଏହି ସେନା ଦିଲ୍ଲୀକୁ ବିକାଶ ପଥରେ ଆଗକୁ ନେବା ପାଇଁ ପ୍ରସ୍ତୁତ । ସେ କହିଛନ୍ତି, ଏହି ବ୍ୟାଜ୍‌ କେବଳ ଏକ ସଂଖ୍ୟା ନୁହେଁ ବରଂ ଆମର ସଂକଳ୍ପର ପ୍ରତୀକ । ପ୍ରତ୍ୟେକ ବିଜେପି ବିଧାୟକ ଏହାକୁ ଗର୍ବର ସହିତ ପିନ୍ଧୁଛନ୍ତି କାରଣ ଏହା ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ଦେଉଛି ଯେ, ବିକାଶ ଏବେ ବନ୍ଦ ହେବ ନାହିଁ ।

୨୦୨୫ ବିଧାନସଭା ନିର୍ବାଚନରେ ବିଜେପି ୪୮ଟି ଆସନ ଜିତିଥିଲା । ଗତ ୧୦ ବର୍ଷ ଧରି କ୍ଷମତାରେ ଥିବା ଆମ ଆଦମୀ ପାର୍ଟି (ଆପ)କୁ ଏହି ନିର୍ବାଚନରେ ମାତ ଦେଇ ବିଜେପି ସରକାର ଗଢ଼ିଛି । ବିଜେପି କହିଛି ଯେ, ଏପର୍ଯ୍ୟନ୍ତ ଦିଲ୍ଲୀରେ ବିକାଶର ଗତି ମନ୍ଥର ଥିଲା, କିନ୍ତୁ ଏବେ ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀ ଏକ ନୂତନ ଦିଗ ପାଇବ । ସେପଟେ ବିରୋଧୀ ଦଳଗୁଡ଼ିକ ମଧ୍ୟ NM48 ବ୍ୟାଜକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି । ଆପ୍‌ ଏବଂ କଂଗ୍ରେସ ଏହାକୁ ପ୍ରଚାରର ଏକ ନୂତନ ପଦ୍ଧତି ବୋଲି କହିଛନ୍ତି । ବିଜେପି ସ୍ପଷ୍ଟ କରିଛି ଯେ, ଏହା କେବଳ ଏକ ଅଭିଯାନ ନୁହେଁ ବରଂ ଦିଲ୍ଲୀକୁ ବିକାଶିତ କରିବା ପାଇଁ ପ୍ରତିବଦ୍ଧତାର ପ୍ରତୀକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.