ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦିଲ୍ଲୀରେ ପୁଣି ସଡ଼କ ନାଁ ବଦଳାଯିବାକୁ ନେଇ ବିବାଦ, ‘ତୁଗ୍‌ଲକ ଲେନ୍‌’ ବଦଳରେ ‘ବିବେକାନନ୍ଦ ମାର୍ଗ’ ହୋଇପାରେ

Published By : Prameya | March 8, 2025 10:48 AM

ନୂଆଦିଲ୍ଲୀ ୦୮/୦୩: ଦିଲ୍ଲୀରେ ପୁଣି ସଡ଼କ ନାଁ  ବଦଳାଯିବାକୁ ନେଇ ବିବାଦ ଦେଖାଦେଇଛି । ବିଜେପି ସାଂସଦ  ଦିନେଶ ଶର୍ମା ଏବଂ କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲଊ ଗୁର୍ଜର ନିଜ  ସରକାରୀ ବାସଭବନ ବାହାରେ ‘ତୁଗ୍‌ଲକ ଲେନ୍‌’ ବଦଳରେ  ‘ବିବେକାନନ୍ଦ ମାର୍ଗ’ ଲେଖିଛନ୍ତି । ତେଣୁ ତୁଗ୍‌ଲକ୍‌ ରୋଡ୍‌ର ନାଁ  ବଦଳାଯାଇପାରିପାରେ ବୋଲି କୁହାଯାଉଛି । ତେବେ ଏ ନେଇ  ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ଏପରି  ନାଁ ବଦଳାଇ ବିଜେପି ଇତିହାସ ବଦଳାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି । ମୋଗଲ ଶାସକଙ୍କ ନାଁ ହଟାଯାଇ ଭାରତୀୟ ମହାପୁରୁଷଙ୍କ ନାଁରେ ସଡ଼କଗୁଡ଼ିକ  ନାମକରଣ କରାଯିବା ଦିଗରେ ବିଜେପି ଗୁରୁତ୍ୱ ଦେଉଛି । 

୨୦୧୫ରେ ଦିଲ୍ଲୀରେ ଔରଙ୍ଗଜେବ ରୋଡ୍‌ର ନାମ ବଦଳାଯାଇ  ଡା. ଏପିଜେ ଅବଦୁଲ୍‌ କଲାମ ରୋଡ୍‌ କରାଯାଇଥିଲା । ସେହିପରି  ୨୦୧୬ରେ ରେସ୍‌ କୋର୍ସ ରୋଡ୍‌କୁ ଲୋକ କଲ୍ୟାଣ ମାର୍ଗ,  ୨୦୧୭ରେ ଡଲହୌଜି ରୋଡ୍‌ ବଦଳରେ ଦୀନଦୟାଲ ଉପାଧ୍ୟାୟ  ମାର୍ଗ, ୨୦୨୨ରେ ରାଜପଥକୁ କର୍ତ୍ତବ୍ୟ ପଥ କରାଯାଇଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.