ନୂଆଦିଲ୍ଲୀ ୦୮/୦୩: ଦିଲ୍ଲୀରେ ପୁଣି ସଡ଼କ ନାଁ  ବଦଳାଯିବାକୁ ନେଇ ବିବାଦ ଦେଖାଦେଇଛି । ବିଜେପି ସାଂସଦ  ଦିନେଶ ଶର୍ମା ଏବଂ କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲଊ ଗୁର୍ଜର ନିଜ  ସରକାରୀ ବାସଭବନ ବାହାରେ ‘ତୁଗ୍‌ଲକ ଲେନ୍‌’ ବଦଳରେ  ‘ବିବେକାନନ୍ଦ ମାର୍ଗ’ ଲେଖିଛନ୍ତି । ତେଣୁ ତୁଗ୍‌ଲକ୍‌ ରୋଡ୍‌ର ନାଁ  ବଦଳାଯାଇପାରିପାରେ ବୋଲି କୁହାଯାଉଛି । ତେବେ ଏ ନେଇ  ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ଏପରି  ନାଁ ବଦଳାଇ ବିଜେପି ଇତିହାସ ବଦଳାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି । ମୋଗଲ ଶାସକଙ୍କ ନାଁ ହଟାଯାଇ ଭାରତୀୟ ମହାପୁରୁଷଙ୍କ ନାଁରେ ସଡ଼କଗୁଡ଼ିକ  ନାମକରଣ କରାଯିବା ଦିଗରେ ବିଜେପି ଗୁରୁତ୍ୱ ଦେଉଛି । 

୨୦୧୫ରେ ଦିଲ୍ଲୀରେ ଔରଙ୍ଗଜେବ ରୋଡ୍‌ର ନାମ ବଦଳାଯାଇ  ଡା. ଏପିଜେ ଅବଦୁଲ୍‌ କଲାମ ରୋଡ୍‌ କରାଯାଇଥିଲା । ସେହିପରି  ୨୦୧୬ରେ ରେସ୍‌ କୋର୍ସ ରୋଡ୍‌କୁ ଲୋକ କଲ୍ୟାଣ ମାର୍ଗ,  ୨୦୧୭ରେ ଡଲହୌଜି ରୋଡ୍‌ ବଦଳରେ ଦୀନଦୟାଲ ଉପାଧ୍ୟାୟ  ମାର୍ଗ, ୨୦୨୨ରେ ରାଜପଥକୁ କର୍ତ୍ତବ୍ୟ ପଥ କରାଯାଇଥିଲା